ପାପଡାହାଣ୍ଡି ଠାରେ ବେଟୀ ବଚାଓ ବେଟୀ ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ,ପାପଡାହାଣ୍ଡି-
————–
(ପରଦେଶୀ ଶଗରିଆ )ପାପଡାହାଣ୍ଡି ସମନ୍ୱିତ ମହିଳା ଶିଶୁବିକାଶ କାର୍ଯ୍ୟାଳୟ ସମ୍ବିଳନୀ କକ୍ଷ ଠାରେ ଆଜି “ବେଟୀ ବଚାଓ ବେଟୀ ପଢ଼ାଓ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସମାଜରେ କିପରି ଗୋଟିଏ ଝିଅ ପୁଅ ଠାରୁ କମ ନୁହେଁ, ଝିଅଙ୍କୁ ଆମେ ବୋଝ ନ ଭାବି କିପରି ଉଚ୍ଚ ଶିକ୍ଷିତ କରିବା ସହିତ ସମାଜରେ ପ୍ରତିଷ୍ଠିତ କରିବା ଆଦି ବିଷୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା, ପାପଡାହାଣ୍ଡି ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ପୁଷ୍ପାରାଣୀ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ,ବୈଠକ ରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ମନସ୍ମିତା ମହାନ୍ତି,ବ୍ଲକ ବପିଏମ ସୁଧାଂଶୁ ଶେଖର ବିଶ୍ୱାଳ, ବିଏସଏସଓ ସୁବ୍ରତ କିସାନ,ବପିଏମ ସ୍ୱାସ୍ଥ୍ୟବିଭାଗ ଶୁଭରଞ୍ଜନ ପଟ୍ଟନାୟକ,ଜିଲ୍ଲା କୋଡିନେଟର ସରିତା ରାଣୀ ପାଣି,ଲିଙ୍ଗ ବିଶେସଜ୍ଞl ପ୍ରୀତି କୁମାରୀ ବାଘ,ସୁମିତ ରାଜ,ପାପଡାହାଣ୍ଡି ସୁପରଭାଇଜର ଚନ୍ଦନା ମହାରଣା, ସୁପରଭାଇଜର ଜଟାବାଲ,ତୁମ୍ବର୍ଲା, ଡଙ୍ଗରା, ବଡ଼ ପାଞ୍ଜରିଆଗୁଡା ଏବଂ ଅଙ୍ଗନବାଡି କର୍ମୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
