
ବଡ଼ସାହି…..ଏହି ବ୍ଲକ ଅନ୍ତର୍ଗତ ଭୀମଦା ଜବାହାର ଉଚ୍ଚ ବିଦ୍ୟାଳୟ ରେ, ଦିପହର ଖାଇବା ଟାଇମରେ ପିଲାମାନଙ୍କୁ ଦିଆଯାଉଅଛି ମୁଢି ସହିତ ପାଣିଆ ଡାଲି, ପୁଣି କେଉଁଦିନ ବିସ୍କୁଟ ଖାଇକି ପିଲାମାନେ ଦିନ କାଟୁଛନ୍ତି, ଯେଉଁଠି ପିଲାମାନଙ୍କ ପେଟ ଭୁକିଲା ରହୁଛି ସେଇଠି ପାଠ ପଢା କେମିତି ଚାଲିଥିବ ଜଳଜଳ କି ଦେଖାଯାଉଛି, ଏଠି ମାଷ୍ଟର ମାନଙ୍କର ଟାଇମ ନଥାଏ, କେଉଁ ଦିନ 10 ଟା ତ କେଉଁଦିନ 10.30 ତ ଆଉ କେଉଁଦିନ 11 ଟା, ଆଉ ହେଡ଼ ସାର ଙ୍କ କଥା ତ ନକହିଲେ ଭଲ ତାଙ୍କର ନିତିଦିନିଆ ସ୍କୁଲ ଆସିବା ସମୟ 10.30 ରୁ 11 ଟା
ଆଜି ପୁଣି ମୂଳରୁ ଆସିନାହାନ୍ତି ହେଡ଼ ସାର,
ସବୁଠାରୁ ଦୁଃଖ ର ବିଷୟ ହେଉଛି ଆଜିକୁ ପନ୍ଦର କୁଡ଼ିଏ ଦିନ ହେବ ସ୍କୁଲ ରେ ଚାଉଳ ନାହିଁ, ସାରଙ୍କ କହିବା କଥା ଯେ ଆମେ ହଷ୍ଟେଲ ରୁ ଚାଉଳ ଉଦ୍ଧାର ଆଣି ପିଲାମାନଙ୍କୁ ଖାଇବାକୁ ଦେଉଛେ, ହେଲେ ଦୁଇ ତିନିଦିନ ହେବ ଉଦ୍ଧାର ଚାଉଳ ବି ଶେଷ ହୋଇଯାଇଛି ତେଣୁ ବାଧ୍ୟ୍ୟ ହୋଇ ମୁଢି ଆଉ ପାଣିଆ ଡାଲି କୁ ଖାଇବା ପାଇଁ ଦେଇଛୁ, ସାର ମାନଙ୍କୁ ପଚାରିବାରୁ ସେ କହୁଛନ୍ତି ଆମେ ଉପରିସ୍ଥ ବିଭାଗ କୁ ଜଣାଇଛୁ କିନ୍ତୁ ଫଳ ଶୂନ,
BDO ଓ BEO ତ ପୁରା ଭୁଲିଯାଇଛନ୍ତି ଭୀମଦା ରେ ଗୋଟେ ସ୍କୁଲ ଅଛି ବୋଲି, ଯେଉଁଥି ପାଇଁ କି ଚାଉଳ ଆସିପାରୁନାହିଁ,
କିଛି ପିଲାମାନଙ୍କ ଗାର୍ଡିଆନ କୁହନ୍ତି ନୂଆ ସରକାର ଆସିବା ଦିନରୁ ଏମିତି ଚାଲିଛି, ଖାଲି ଦେଖିବାକୁ ବାକିରହିଲା କେବେ ସୁଧୁରିବ ଏ ସ୍କୁଲ ମାନଙ୍କର ସମସ୍ୟା, କେବେ ସୁଧୁରିବ ପିଲାମାନଙ୍କ ଭବିଷ୍ୟତ..।
ମୟୁରଭଞ୍ଜ ବଡ଼ସାହି ରୁ ଅଜିତ କୁମାର ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ