*ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ଦାବି ପାଇଁ ହୀରାକୁଦରେ ଶ୍ରମିକ ସଂଗଠନକୁ ନେଇ ଦସ୍ତଖତ ଅଭିଯାନ*
•ସାମାଜିକ ସଂଗଠନ ଓ ଦଳଗତ ନିର୍ବିଶେଷରେ ଏମ୍ସ ଦାବୀକୁ ସମର୍ଥନ ପାଇଁ ପ୍ରୋଗ୍ରେସିଭ ସମ୍ବଲପୁରର ଅହୱାନ•
ସମ୍ବଲପୁର (ଭଂଜଦୂତ )୧୯/୦୯: ସମ୍ବଲପୁରରେ ଏମ୍ସ (AIIMS) ପ୍ରତିଷ୍ଠା ଦାବିକୁ ସମର୍ଥନ କରି ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ଲଗାତାର ବିଭିନ୍ନ ସ୍ଥାନରେ ଦସ୍ତଖତ ଅଭିଯାନ କରାଯାଉଥିବା ବେଳେ ଏହି କ୍ରମରେ ଏହି ହୀରାକୁଦସ୍ଥିତ ହିନ୍ଦାଲକୋ ଶିଳ୍ପନୁଷ୍ଠାନର ହିନ୍ଦ ମଜଦୂର ସଭା ଶ୍ରମିକ ସଂଗଠନର ମିଳିତ ସହଯୋଗରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ କରାଯାଇଛି। ଏହି ଅଭିଯାନରେ ବିଭିନ୍ନ ୟୁନିଟ୍ର ଶ୍ରମିକ ଓ କର୍ମଚାରୀମାନେ ସାମିଲ ହୋଇ ସମ୍ବଲପୁରରେ AIIMS ପ୍ରତିଷ୍ଠା ଦାବିକୁ ସମର୍ଥନ କରି ଦସ୍ତଖତ କରିଥିଲେ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରଖାଯିବ ବୋଲି ଆବାହକ ସଂଜିତ ମହାନ୍ତି ପ୍ରକାଶ କରିଛନ୍ତି।
ପ୍ରୋଗ୍ରେସିଭ୍ ସମ୍ବଲପୁରର ଏହି ଦସ୍ତଖତ ଅଭିଯାନ ଏବେ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ଜନମଞ୍ଚ ପର୍ଯ୍ୟନ୍ତ ପହଞ୍ଚୁଛି। ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ପାଇଁ ୨୫ ହଜାର ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ନିକଟରେ ଦାବିପତ୍ର ଦାଖଲ କରିବାର ଲକ୍ଷ୍ୟ ରଖାଯାଇଛି। ହୀରାକୁଦ ହିନ୍ଦାଲକୋର ଶ୍ରମିକମାନଙ୍କ ଏହି ଅଂଶଗ୍ରହଣ ଏହି ଦାବିକୁ ଆହୁରି ବ୍ୟାପକ ଜନସମର୍ଥନ ସହ ଯୋଡ଼ିଛି।
ପାୱାର ୟୁନିଟ୍ ଓ ଏଫ୍ ଅର୍ ପି ସଭାପତି ମହମ୍ମଦ ମୃତୁଯା, ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର କୁମାର ବେହେରା, କାର୍ଯ୍ୟକାରୀ ସଭାପତି ରୋଶନ କୁମାର ସିଂହ, ବିଭୂତି ଭୂଷଣ ଦାସ, ମନୋଜ ବିଶ୍ୱାଳ, ତୁଷାର ରଞ୍ଜନ ନାଥ, ବିଭୂତି ପାଣିଗ୍ରାହୀ, ଚିରଞ୍ଜିତ ପରିଡ଼ା, ହୃଦାନନ୍ଦ ପରିଜା, ପ୍ରଶାନ୍ତ ସ୍ୱାଇଁ, ମିଲୁ ଚରଣ ସାହୁ ଓ ତ୍ରୈଲୋକ୍ୟ ଦାସ ଏବଂ
ଏଫ୍.ଆର୍.ପି ୟୁନିଟ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ସଞ୍ଜୀବ ପ୍ରଧାନ, ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା, ଏସ୍.କେ. ଚାନ୍ଦ ବାବୁ, ଜିଜିକାଲ ନାଗ, ସତୀଶ ଶତପଥୀ, ଶିରକତ ପ୍ରଧାନ, ବିରଞ୍ଚି ବୁଟିଆ, ସୁମନ ସାମନ୍ତରାୟ, ସୁନୀଲ ମହାଲିଙ୍ଗ, ରୁପେଶ ନାଏକ, ମନୋରଞ୍ଜନ, ଶ୍ରୀକାନ୍ତ ପ୍ରଧାନ, ଆନନ୍ଦ ଧରୁଆ, ଶିବଶଙ୍କର ବେହେରା, କିଶୋର ଖଡ଼ିଆ, ଦୀପକ ମିଶ୍ର, ସୋରଜ ନାଗ, ସୁଭାଶିଷ ଦାସ, ବିଶ୍ୱଜିତ ଗୌଡ଼, ଦୀପେନ ନାଥ, ମଧୁ ସେନାପତି, ନିରଞ୍ଜନ ଦାସ, ରଶ୍ମିରଞ୍ଜନ ରାଉତ ଉପସ୍ଥିତ ରହି ଅଭିଯାନରେ ସାମିଲ ହୋଇଥିଲେ।
ସମ୍ବଲପୁରରେ AIIMS ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ମିଳିବା ସହ ଚିକିତ୍ସା ଶିକ୍ଷା, ଗବେଷଣା ଓ ରୋଜଗାର କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଏହି ଦାବିକୁ ନେଇ ଚାଲିଥିବା ଦସ୍ତଖତ ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଆବାହକ ସଂଜିତ ମହାନ୍ତି ପ୍ରକାଶ କହିଛନ୍ତି। ଦସ୍ତଖତ ଅଭିଯାନକୁ ଯୁବ ନେତା ଦେବଜ୍ୟୋତି ପଟ୍ଟନାୟକ, ଯୁବ ନେତା ସୁମିତ୍, ନିଖିଲ ବାବୁପ୍ରମୁଖ ପରିଚାଳନା କରିଥିଲେ।
