
-(ମୁନା ସିଂ ,)
ଉଦଳା…..କଥା ରେ ଅଛି ପେଟ ପୋଷ ନାହିଁ ଦୋଷ l କିଏ ଚୋରି କରି ପେଟ ର ଦାନା ଯୋଗାଡୁଚି ତ ଆଉ କିଏ ଭିକ୍ଷା ବୃତ୍ତି କରି ପେଟ ପଶୁଚି l କିନ୍ତୁ ଗରିବ ପରିବାର ରେ ଜନ୍ମ ଗ୍ରହଣ କରି ଦାନା ଗଣ୍ଡେ ପାଇଁ ଜୀବନ ସହ ସଂଗ୍ରାମ କରୁବି ଏହି ଦୁଇ କୁନି ବାଉଁଶ ରାଣୀ l ସୁଦୂର ଛତିଶଗଡ ରୁ ଆସି ମେଳା ମହାତ୍ସବ ରେ ତାଙ୍କର ବାଉଁଶ ରାଣୀ ଖେଳ ଦେଖାଇ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି l ଖଣ୍ଡେ ଦୌଡ଼ି ଉପରେ ଦୁଇଜଣ ଛୋଟ ଝିଅ ବିଭିନ୍ନ ପ୍ରକାର ଖେଳ ଦେଖୋଉଛନ୍ତି l ପାଖରେ ତାଙ୍କର ସମ୍ପର୍କିଓ ଛିଡା ହୋଇ ରହିଛନ୍ତି l ସତରେ ପେଟ ଚାଖଣ୍ଡେ ପାଇଁ ସହ ସହ ଲୋକଙ୍କ ସାମ୍ନା ରେ କରୁଛି ଆହୋରହ ସଂଗ୍ରାମ l ତାର ଖେଳ ଦେଖି ସମସ୍ତେ ଖୁସି ହୋଉଛନ୍ତି ସତ ହେଲେ ତାର ମନରେ ବେଦନା କୁ କିଏଵା ବୁଝଛି l ହଜାରେ ଲୋକଙ୍କ ଭିତରୁ କେଇ ଜଣ ଖୁସି ହେଇ ଯାହା ଦେଲେ ସେଇଟାହି ତାର ପେଟରେ ଦାନା l କଥା ରେ ଅଛି ରଖେ ହରି ତ ମାରେ କିଏ l ଆପଣ ଭଲ ଭାବରେ ଦେଖନ୍ତୁ ଏ କୁନି ବାଉଁଶ ରାଣୀ କୁ l କେମିତି ଦୌଡ଼ି ଉପରେ ପାଦ ଥାପି ଥାପି କରୁଛି ଖେଳ l ଏପଟେ ବାଜୁଛି ଗୀତ ସେପଟେ ହାତରେ ବାଉଁଶ ଠେଙ୍ଗା ଧରି ଦୌଡ଼ି ଉପରେ ଦେଖାଉଛି ତାର କଳା କୌଶଳ l ଏବେ ଉଦଳା ସ୍ୱରସତି ମେଳା ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି l ହଜାର ହଜାର ଦର୍ଶକ ଙ୍କ ମେଳ ରେ ଦେଖାଉଛି ଖେଳ l କେତେବେଳେ ରିଙ୍ଗ ଉପରେ ଚାଲୁଚି ତ ଆଉ କେତେବେଳେ ଷ୍ଟିଲ ଥାଳି ଉପରେ ପାଦ ଥାପି ଥାପି ହାତରେ ଠେଙ୍ଗା ଧରି ତାର କଳା କୌଶଳ ଦେଖାଉଛି l ଖାଲି ମେଳା ନୁହେଁ ବିଭିନ୍ନ ସ୍ଥାନ ରେ ଖେଳ ଦେଖାଇ ନିଜର ପେଟ ର ଭୋକ କୁ ମେଣ୍ଟାଉଛି ଏହି ବାଉଁଶ ରାଣୀ l ଯିଏ ଯାହା ଦେଲା ଖୁସି ରେ ଗ୍ରହଣ କରି ନିଜର ପେଟ ର ଭୋକ କୁ ମେଣ୍ଟାଉଛି l
ଉଦଳା ରୁ ମୁନା ସିଂ ଙ୍କ ରିପୋର୍ଟ ଭଞ୍ଜଦୂତ news..