ସଚେତନ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସଚେତନ ନାଗରିକ ମଞ୍ଚ ଯାଜପୁର ଏବଂ ସମ୍ବାଦ ଆମ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ 60 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜସେବୀ ମିନତୀ ସାହୁ, କବାଟବନ୍ଧ ମେଡିକାଲ ଅଫିସର ଡ଼ାକ୍ତର ନିହାର ରଞ୍ଜନ କର,ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା,ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ରକ୍ତ ଦାତା ଙ୍କୁ ଉପହାର ସ୍ୱରୂପ ଫୁଲ ଚାରା ଏବଂ ଟି- ସାର୍ଟ ପ୍ରଦାନ କରାଯାଇଥିଲା।ଓ ଏଥିମଧ୍ୟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଉ ଏକ ପାହାଚରେ ସଫଲ ହୋଇଛି ଏବଂ ଏ ରକ୍ତଦାନ ଶିବିର ଖାଲି ଧର୍ମଶାଳା କି ଯାଜପୁର ଜିଲ୍ଲାର ନୁହେଁ ଓଡ଼ିଶା ରେ ଥିବା ସାଡେ ଚାରିକୋଟି ଭାଇ ଭଉଣୀ ଙ୍କ ପାଇଁ ଏ ରକ୍ତଦାନ ହୋଇଛି ଏବଂ ଯିଏବି ଯେତେବେଳେ ବିପଦ ରେ ଅଛନ୍ତି ସେ ଯାଗାରେ ପହଞ୍ଚିବେ ସଚେତନ ନାଗରିକ ମଞ୍ଚ ସଂଗଠନ ସହଯୋଗ କରିବେ ଏହା ସଂଗଠନ ର ମୂଳ ଲକ୍ଷ ହେଲା ସେବା ସହଯୋଗ କରିବା
ଯାଜପୁର ଜିଲ୍ଲା ଧର୍ମଶାଳା କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
