ଢେ଼ଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ ।
ଢେଙ୍କାନାଳ
ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବୁଧବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ ହୋଇଛି । ସହର ସ୍ଥିତ ଟିପିସିଓଡିଏଲ୍ ବିଦ୍ୟୁତ୍ କାର୍ଯ୍ୟାଳୟ ସେକ୍ସନ୍-୧,ସେକ୍ସନ୍ -୨,ଜିଇଡି,ପୂର୍ବ କାର୍ଯ୍ୟାଳୟ,ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ,ବସ୍ଷ୍ଟାଣ୍ଡ ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ୍,ବସ୍ଷ୍ଟାଣ୍ଡ ଟାକ୍ସି ମାଲିକ ସଂଘ,ମୀନାବଜାର ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବ୍,ମଙ୍ଗଳପୁର ଟିପିସିଓଡିଏଲ୍ ବିଦ୍ୟୁତ୍ କାର୍ଯ୍ୟାଳୟ,ଭାପୁର କୋଇଲିପଙ୍ଗୀ ବିଦ୍ୟୁତ୍ କାର୍ଯ୍ୟାଳୟ,ସମେତ ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱ କର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ବିଭିନ୍ନ ଶିଳ୍ପାନୁଷ୍ଠାନ,ଗ୍ୟାରେଜ୍,ସୋରୁମ୍ ଏବଂ ଅନ୍ୟ ଦୋକାନଗୁଡ଼ିକରେ ମଧ୍ୟ ଧୁମ୍ଧାମ୍ରେ ପୂଜା ପାଳନ କରାଯାଇଛି। କିମ୍ବଦନ୍ତୀ ଅନୁସାରେ,ସ୍ବୟଂ ଜଗନ୍ନାଥଙ୍କୁ ବିଶ୍ଵକର୍ମା ନିର୍ମାଣ କରିଥିଲେ । ଏଣୁ ବିଶ୍ୱକର୍ମା ହେଉଛନ୍ତି ସ୍ୱର୍ଗର ଶ୍ରେଷ୍ଠଶିଳ୍ପୀ । ଏହି ଉପଲକ୍ଷେ ଦେବଶିଳ୍ପୀଙ୍କୁ ଆରାଧନା କରାଯିବା ସହ ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା । ସଂଧ୍ୟାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
