ରାସ୍ତା ସାଜିଛି ମରଣ ଯନ୍ତା
ବଡ଼ସାହି..ଭୀମଦା ରୁ ବୈଶିଙ୍ଗା, ଭୀମଦା ରୁ ଉଦଳା, ଭୀମଦା ରୁ ଦୁର୍ଗାଦେବୀ ବାଲେଶ୍ୱର, ମୁଖ୍ୟ ରାସ୍ତା ଏବେ ସାଜିଛି କାଳ ରାସ୍ତା, ଯେଉଁ ରାସ୍ତା ଦେଇ ପ୍ରତ୍ୟକ ଦିନ ହଜାର ହଜାର ଲୋକ ମରଣ ସହିତ ଲଢେଇ କରି ଯାଆସ କରୁଛନ୍ତି, ସେହି ରାସ୍ତା ଉପରେ କେହି ସରକାରୀ ବାବୁ ମାନଙ୍କର ନିଘା ପଡୁନି, ଭୀମଦା ରୁ ବୈଶିଙ୍ଗା ନୂଆ ରାସ୍ତା ତିଆରି ଚାଲିଛି କିନ୍ତୁ ଯେତିକି ନୂଆ କାମ ହେଉଛି କାମ ହେବାର ମାସେ ବି ଯାଉନି ଫାଟିକି ଆଁ କରି ଦବି ପୁଣି ଆଣ୍ଠୁଏ ଖାଲ ହେଇଯାଉଛି , ମଝିରେ ମଝିରେ ପାଣି ଯିବା ପାଇଁ ପୋଲ ନିର୍ମାଣ ହେଇଛି, ହେଲେ ବର୍ଷା ହେଲେ ପୋଲ ଉପରେ ଆଣ୍ଠୁଏ ପାଣି,
ଆଉ ଭୀମଦା ରୁ ଦୁର୍ଗାଦେବୀ ରାସ୍ତା ତ କହିଲେ ନସରେ ରାତି ପାହିଲେ 7,8 ଖଣ୍ଡ ବସ ଚାଲିଛି ଶହ ଶହ
ବୋଲେର କାର ଟ୍ରକ ଚାଲିଛି, ଗୋଟିଏ ଟ୍ରକ କି ବସ ଗଲେ ଅନ୍ୟ ପଟେ ଗୋଟେ ସାଇକଲ କି ବାଇକ ଯାଇନପାରି କାହା ଘରକୁ ପଶିବା ପାଇଁ ପଡୁଛି, ଆଉ ସେ ରାସ୍ତା ର ଅବସ୍ଥା ଏମିତି ହୋଇଛି ଗୋଟେ ସାଇକଲ ଆରହି ବି ବାଟ ବଣା ହେଇଯାଉଛି କେଉଁ ପଟ ଦେଇ ଯିବାକୁ ପଡିବ,
ବର୍ଷା ଯୋଗୁଁ ରାସ୍ତା ଉପରେ ଖାଲ ଗୁଡିକ ରେ ପାଣି ହୋଇଯିବା ଫଳ ରେ ଖାଲ ଗୁଡିକ ଜଣା ନପଡିବାରୁ ଅନେକ ଲୋକ ପଡି ଗଡ଼ ହାତ ଭାଙ୍ଗି ହସ୍ପିଟାଲ ରେ ମଧ୍ୟ୍ୟ ଭର୍ତ୍ତି ହେଉଛନ୍ତି, ଯଦି ଗୋଟେ ବାଇକ କି ସାଇକଲ ଯିବା ସମୟରେ ଆଉ ଗୋଟେ ବଡ଼ ଗାଡି ଚାଲି ଆସେ ତାହେଲେ ସେ କାଦୁଅ ପାଣି ଛିଟିକି ସାଇକଲ ବାଇକ ଆରହି କାଦୁଅ ପାଣିରେ ସର ସର ହୋଇଯାନ୍ତି, ସେ ରାସ୍ତା ର ମରାମତି ବି ଟିକେ ହେଇପାରୁନାହିଁ ,ମରାମତି ପାଇଁ ଫଳକ ଲେଖା ହେଇଗଲା କିନ୍ତୁ କାମ ଘର ଶୂନ,ଏଠି ସରକାରୀ ବାବୁ ମାନେ ଅଫିସ ର AC ରୁମ ରେ ବସି ସରକାରଙ୍କ ଠାରୁ ଦରମା ନେଉଛନ୍ତି, କିନ୍ତୁ ସେତିକିରେ ପେଟ ପୁରୁନି ଆହୁରି ଠିକା ଦାର ସହ ମିଶି ସଲାସୁତୁରା ହୋଇ କାମ କେମିତି ନିମ୍ନ ମାନର ହେବ ଅଧିକ ଲାଭ ହେବ ସେ ଚିନ୍ତାରେ ରହୁଛନ୍ତି, କାମ ଯେମିତି ହେଉଛି ହେଉ, କିନ୍ତୁ ବିଲ୍ ପାସ୍ ହେଇଯିବ,।
ହେଲେ ଏଠି ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭଗ କରୁଛନ୍ତି, ମରଣ ସହିତ ଲଢେଇ କରୁଛନ୍ତି, କେବେ ଭାଙ୍ଗିବ ଏ ନୂଆ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ
ଦେଖିବାକୁ ବାକି ରହିଲା..
ବ୍ୟୁର ରିପୋର୍ଟ ଭଞ୍ଜଦୂତ ଖବର
