ବିଦେଶୀ ଆମେରିକୀୟ ନେଟୱାର୍କ spaceX ଷ୍ଟାରଲିଙ୍କକୁ ଅନୁମତି ନ ଦେବପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦକୁ ଆମନ୍ତ୍ରଣ ନ କରି ପ୍ରଦତ୍ତ ଅନୁମତିକୁ ବାତିଲ କରିବାକୁ ସ୍ୱଦେଶୀ ଜାଗରଣ ମଞ୍ଚର ଦାବି l
ଭବାନୀପାଟଣା: (କିଶନ ଶର୍ମା) ସ୍ୱଦେଶୀ ଜାଗରଣ ମଞ୍ଚ, କଳାହାଣ୍ଡି ପକ୍ଷରୁ ଦେଶର ଜାତୀୟ ସୁରକ୍ଷା, ତଥ୍ୟ ସାର୍ବଭୌମତା, ନାଗରିକଙ୍କ ଗୋପନୀୟତା ଓ ସ୍ୱଦେଶୀ ଟେଲିକମ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ବିଦେଶୀ ଆମେରିକୀୟ କମ୍ପାନୀ spaceX ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡକୁ ଭାରତରେ ସେବା ପ୍ରଦାନ ପାଇଁ ଅନୁମତି ନ ଦେବା ଏବଂ ପ୍ରଦତ୍ତ ଅନୁମତିକୁ ବାତିଲ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ମଞ୍ଚର ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ, ପ୍ରାନ୍ତ ଯୁବା ପ୍ରମୁଖ ଗୋଦାବରୀଶ ପାତ୍ର, ବିଭାଗ ସଂଯୋଜକ ନକୁଳ ନାୟକ, ଜିଲ୍ଲା ଯୁବା ପ୍ରମୁଖ ଅମିତ କୁମାର ପଣ୍ଡା, ଭବାନୀପାଟଣା ନଗର ସଂଯୋଜକ ପି. ଉମାଶଙ୍କର ଆଚାରୀ, ଜୟପାଟଣା ଖଣ୍ଡ ଯୁବା ପ୍ରମୁଖ ଅଭିଳାଷ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ l
