ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଜନ୍ମ ଦିନ ଅବସରରେ ମାଙ୍କ ନାମରେ ଗଛଟିଏ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ବଡ଼ସାହି ବ୍ଲକ ସୁହାଗପୁର gp ବାସନ୍ତୀ ଦେବି ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହଇ ଯାଇଛି l ଏଥିରେ ସୁହାଗପୁର କୋଲଷ୍ଟୋର ର CRCC ଦୀପ୍ତିମୟୀ ବେହେରା ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ, ଓ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ l ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ର୍ରୀ ସହ ଶିକ୍ଷକ ମାନଙ୍କ ସହିତ ମିଶି ସ୍କୁଲ ପରିସରରେ ଆମ୍ବ, ପଣସ, ଏହିପରି ଦଶଟି ଗଛ ଲଗାଇ ଥିଲେ CRCC ମୋହଦୟା ପ୍ରଥମେ ଗୋଟିଏ ଆମ୍ବ ଗଛ ଲଗାଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟ ରେ ଥିବା ପରିଚାଳନା କମିଟିର ସମସ୍ତ ସଦସ୍ୟ ମଧ୍ୟ ଏଥିରେ ସହଯୋଗ କରିଥିଲେ l
ବାରିପଦା, ବଡ଼ସାହି ରୁ ମଧୁ ସୂଦନ ପଣ୍ଡା
ଭଞ୍ଜଦୂତ ଖବର
