ବୋଲେରୋକୁ ଧକ୍କା ଦେଲା ଟ୍ରକ୍ ୪ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର
ପରଜଙ୍ଗ: ପରଜଙ୍ଗ ଥାନା ଅନ୍ତର୍ଗତ ପିତିରୀ ଠାରୁ କାମାକ୍ଷାନଗର ଆଡ଼କୁ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ପରଜଙ୍ଗ ସ୍ଥିତ ବାଇପାସର ମଣ୍ଟେକାଲସ କମ୍ପାନୀ ନିକଟସ୍ଥ ଜାତୀୟ ରାଜପଥ ଦୀର୍ଘ ତିନି ବର୍ଷ ଧରି ୧୫୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରିବାରୁ ଖାଲଖମା ହୋଇପଡ଼ିରହିଛି। ଏହି ଖାଲଖମା ଓ ଗଡାଣିଆ ରାସ୍ତାରେ ରାତ୍ର ପ୍ରାୟ ୧ଟା ସମୟରେ ବୋଲେରୋ ଗାଡ଼ି ନଂ ଓଡି ୦୪ ଇ ୩୩୭୫କୁ ଓଡି ୩୫ଇ୧୬୧୨ ନମ୍ବର ଟ୍ରକ୍ ( ନିୟନ୍ତ୍ରଣ ହରାଇ ଧକ୍କା ଦେବା ଫଳରେ ଫଳରେ ଘଟଣାସ୍ଥଳରେ ବୋଲେରୋ ଗାଡ଼ି ଟି ପଛ ପାଖ ଚାପି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଯୋଗୁଁ ବୋଲେରୋ ରାରେ ବସିଥିବା ୬ ଜଣ ଯାତ୍ରୀ ଆହତ ହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଖବର ବର ମିଳିଛି। ଖବର ଅନୁଯାୟୀ ବିଶ୍ୱକର୍ମାରେ ବୋଲେରୋ ଗାଡି ପୂଜା ସାରି ମନ୍ଦିର ଦର୍ଶନ ପାଇଁ ଯିବା ବେଳକୁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତ ମାନେ ହେଲେ ଯାଜପୁର ଶିବନାଥପୁରର ରମାକାନ୍ତ ନାୟକ (୩୩), ଯାଜପୁର ର ବିଶ୍ବନାଥ ପରିଡ଼ା, ଝାରସୁଗୁଡ଼ାର ରମାକାନ୍ତ ଦେହୁରୀ (୨୦) ଓ ଢେଙ୍କାନାଳ ର ମନୋଜ ସ୍ୱାଇଁ (୪୦)। ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ବୋଲେରୋ ଗାଡ଼ି ଓ ଟ୍ରକ ଜବତ କରି ଅଧୂକ ତଦନ୍ତ ଜାରି ରଖିଛି । ସୂଚନା ଯେ, ଜାତୀୟ ରାଜପଥର ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତଥାପି ଜାତୀୟ ଜା ରାଜପଥ ଅଧିକାରୀ ମାନେ ଏଥିପ୍ରତି ଅଣଦେଖା କରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ ନଥୁବା ଅଭିଯୋଗ ହେଉଛି। ନିକଟ ଭବିଷ୍ୟତରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନକଲେ ରାଜ ରାସ୍ତା ଅବରୋଧ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
