*ଖଡିଆଳ ସ୍ଵଂୟଶାସିତ ମହାବିଦ୍ୟାଳୟ ର ପକ୍ଷ ରୁ ହିନ୍ଦୀ ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସ୍ଵଂୟଶାସିତ ମହାବିଦ୍ୟାଳୟ ର ଏମ୍. ପି ହଲ୍ ଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି କାର୍ଯ୍ୟକ୍ରମର କଲେଜ୍ ଅଧ୍ୟକ୍ଷତା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଣ୍ଡା ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ଃ ରଣବୀର ସିଂହ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରଭାଷା ହିନ୍ଦୀ ର ଶବ୍ଦକୋଷ ରେ ଅନେକ ସୁସମ୍ପର୍କ ସ୍ଥାପନ ହେବା ସହ ସରଳ ଏବଂ ବହୁ ଗ୍ରହଣୀୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ହିନ୍ଦୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ସନ୍ତୋଷୀ ଶର୍ମା ହିନ୍ଦୀ ର ବିକାଶ କିପରି ହେବ ମତବ୍ୟକ୍ତ କରିଥିବା ବେଳେ ଶ୍ରୀମତୀ ଶିଳା ତ୍ରିବେଦୀ ହିନ୍ଦୀ ର ମହତ୍ବ ବିଷୟରେ କହିଲେ, ବିଭାଗର ମୁଖ୍ୟ ଡ଼ଃ ବିଷ୍ଣୁଦେବ ସିଂହ ମଲିକ ହିନ୍ଦୀ ର ଆଦକ୍ଷତା କିପରି ଭୂମିକା ଆଲୋଚନା କରିଥଲେ।ମୁଖ୍ୟ ବକ୍ତା ଭାବରେ କେ.ଭି. ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ହିନ୍ଦୀ ଅଧ୍ୟାପକ ଶ୍ରୀ ଜତିନ୍ ଦୁଆରୀ ଭାବରେ ହିନ୍ଦୀ ଭାଷାର ସମୃଦ୍ଧି, ଏହାର ଜାତୀୟ ମହତ୍ତ୍ୱ ଓ ସାହିତ୍ୟିକ ପରମ୍ପରାକୁ ନେଇ ବକ୍ତବ୍ଯ ରଖିଲେ। ହିନ୍ଦୀ ବିଭାଗର ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପକ ଶ୍ରୀ ଜବାହର ରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଲେ।
