
ସୋର… ଏହି ବ୍ଲକ ଶିରାପୁର ଧୂଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ 3 ଦିନିଆ ଶିବଶକ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ପୂର୍ଣାହୁତି ହୋଇ ଉଦ୍ ଯାପନ ହୋଇଯାଇଛି। ଏହି ସମିତି ର ସଭାପତି ଯଦୁନାଥ ବେହେରା ଙ୍କ ସଭାପତିତ୍ବ ରେ ଅନ୍ୟ ଗ୍ରାମବାସୀ ଙ୍କ ସହଯୋଗ ରେ ସାଫଲ୍ୟ ମଣ୍ଡିତ ହୋଇଥିଲା। ଏହି ଯଜ୍ଞ ପଞ୍ଚ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ 91 ଜଣ ମହିଳା ଓ ପୁରୁଷ କଳସ ବୁଡାଇ ଥିଲେ। 1500 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ମାନେ ପ୍ରସାଦ ସେବନ କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ର ଆନନ୍ଦ ଉଠାଇ ଥିଲେ।