ମାତୃ -ପିତୃ ପୂଜନ ଦିବସ ପାଳିତ।
ବ୍ରହ୍ମପୁର -ସ୍ଥାନୀୟ ଆସ୍କା ରୋଡ ସ୍ଥିତ ପାଣିଗ୍ରାହୀ ପେଣ୍ଠ ରେ ମାତୃ -ପିତୃ ଦିବସ ଦିବସ ପାଳିତ ହୋଇଯାଇଛି।୨୮ଟି ବିକଶିତ ଦେଶରେ ପ୍ରତି ବର୍ଷ ୧୩ରୁ ୧୯ବର୍ଷ ର ୧୨. ୫ଲକ୍ଷ କିଶୋରୀ ଗର୍ଭବତୀ ହୋଇଯାନ୍ତି। ତନ୍ନମଧ୍ୟରୁ ୫ଲକ୍ଷ କିଶୋରୀ ଗର୍ଭପାତ କରାନ୍ତି ଏବଂ ଅବଶିଷ୍ଟ ୭. ୫ଲକ୍ଷ କୁମାରୀ ମାତା ହୋଇ ନର୍ସିଙ୍ଗ ହୋମ, ସରକାର ଓ ମାତାପିତାଙ୍କ ପାଇଁ ବୋଝ ହୋଇଯାନ୍ତି ଅଥବା ବେଶ୍ୟାବୃତ୍ତି ଧାରଣ କରନ୍ତି। ବିଦେଶରେ ମାତା -ପିତା ବିଚରା ସରକାରୀ ବୃଦ୍ଧାଶ୍ରମ ମାନଂକରେ ପଡିରହନ୍ତି। ତେଣୁ ଭେଲେଣ୍ଟାଇନ ଦିବସ ବଦଳରେ ଆମ ଦେଶରେ ପିତୃ -ମାତୃ ଦିବସ ପାଳନ କରିବା ପାଇଁ ଆଶାରାମ ବାପୁ କହିଥିଲେ। ହିନ୍ଦୁ, ମୁସଲମାନ ଏବଂ ଖ୍ରୀଷ୍ଟିଆନ ସବୁ ଜାତିର ଲୋକମାନେ ଏହାକୁ ପାଳନ କରିବା ଉଚିତ ବୋଲି ଆଶାରାମ ବାପୁ କହିଥିଲେ। ଦିନକୁ ଦିନ ଏହି ଭେଲେଣ୍ଟାଇନ ଦିବସ ଦ୍ୱାରା ଆମର ସଂସ୍କୃତି ଲୋପପାଇବାକୁ ବସିଲାଣି ବୋଲି ଏହି କାର୍ଯ୍ୟକ୍ରମ ରେ ଆଶାରାମ ବାପୁ ଙ୍କର ଅନୁଗାମୀ ମାନେ ମାର୍ଗଦର୍ଶନ କରିଥିଲେ। ଉକ୍ତ ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିଭାବେ ମା ଦୁର୍ଗା ଶିକ୍ଷାନୁଷ୍ଟାନ ର ପ୍ରତିଷ୍ଠାତା ସୂର୍ଯ୍ୟ କିରଣ ସାହୁ ପିତମାତା ଆମର ଚଳନ୍ତି ଠାକୁର ଏବଂ ସେମାନଂକୁ କେବେ ବି ଆମେ ତାଙ୍କର ସେବାରେ ଅବହେଳା କରିବା ନାହିଁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଟାନ ର ଶିଶୁ ଏବଂ ସେମାନଙ୍କର ଅଭିଭାବକ ମାନେ ଉପସ୍ଥିତ ରହି ଆନନ୍ଦ ସହ ପିତୃ -ମାତୃ ପୂଜନ ଉତ୍ସବ ପାଳନ କରିଥିଲେ। ଶେଷରେ ଶିଶୁ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
