ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏଡ଼ସ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। କର୍ମଶାଳାରେ କଲେଜ ଆଧକ୍ଷା ସସ୍ମିତା ପ୍ରଭା ସାମଲ ଅଧ୍ୟକ୍ଷତା କରିଥିବା ବେଳେ ସାଇ ସଂସ୍ଥା ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇ ନୂତନ ସଂକ୍ରମଣ ବୃଦ୍ଧି ରୋକିବା ସାଙ୍ଗକୁ ଏଡ଼ସ ମୁକ୍ତ ଭାରତ ଗଠନ କରିବାର ସଂକଳ୍ପ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପ୍ସିତା ହୋତା, ମମତା ବାରିକ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ଛାତ୍ରୀ ମାନେ ସଚେତନ ଦ୍ବାରା ନୂତନ ସଂକ୍ରମଣ ରୋକିବାରେ ଅନେକ ସହାୟକ ହେବେ। ନିଜେ ସୁସ୍ଥ ରହି ଅନ୍ୟଙ୍କୁ ସୁସ୍ଥ ରଖିବା ପ୍ରକୃତରେ ମାନବିକତା ବୋଲି ମତବ୍ୟକ୍ତ କରିଥିଲେ ।
