ନୂଆପଡା(ମିଖାଏଲ ନନ୍ଦ): ନୂଆପଡ଼ାଠାରେ ଜିଲ୍ଲା ସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଗଣ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲେ l କୃଷକ, ମହିଳା ,ଶ୍ରମିକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନଦଣ୍ଡ ଉଦ୍ୟାନ,କୃଷି ଏବଂ ସମନ୍ୱୟ ବିଭାଗ ଜରିଆରେ ବୃଦ୍ଧି କରିବା ଆହ୍ବାନ କରିଛନ୍ତି। ଉଦ୍ୟାନ କୃଷି ସହିତ ସମନ୍ଵିତ କୃଷି ର ସଠିକ୍ ପରିଚାଳନା ଦ୍ଵାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ବହୁ ମାତ୍ରାରେ ଦୂର ହୋଇପାରିବ l ଚଳିତ ବର୍ଷ ପାଇଁ ସମନ୍ଵିତ ଉଦ୍ୟାନ କୃଷି ଯୋଜନାରେ ଜିଲ୍ଲାରେ ୫୫ ହେକ୍ଟର ରେ ଆମ୍ବ ଚାଷ, ୮ ହେକ୍ଟର ରେ କଦଳୀ, ୬ ହେକ୍ଟର ରେ ଡାଳିମ୍ବ, ୫ହେକ୍ଟର ରେ ହାଇବ୍ରିଡ ଅମୃତଭଣ୍ଡା, ୪୫ ହେକ୍ଟର ରେ ପନିପରିବା, ୨୮ ହେକ୍ଟର ରେ ଫୁଲ ଚାଷ ଏବଂ ୧୦ଟି ୟୁନିଟ୍ ଛତୁ ଚାଷ ହେବାର ଯୋଜନା ଥିବା କହିଥିଲେ। ସଫଳ ଚାଷୀଙ୍କୁ ସମ୍ମାନିତ କରିଥିଲେ।
