*ନୂଆପଡ଼ା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ଏବଂ ଏସ ପି ଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ବିଧାୟକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଏସ ପି ଅମୃତ ପାଲ ସିଂଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ପଡୋଶୀ ଛତିଶଗଡ଼ ସୀମା ରୁ ପାର୍ଥିବ ଶରୀର ଓଡ଼ିଶା ରେ ପ୍ରବେଶ କରିଅଛି। ବିଶାଲ ଶୋଭାଯାତ୍ରା ରେ ଖରୀଆର ରୋଡ ଏବଂ ନୂଆପଡ଼ା ନଗର ପରିକ୍ରମା କରିବ। ଜାତୀୟ ରାଜପଥ ଉଭୟ କଡ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିପୁଳ ଜନସମାଗମ। ଲୋକ ପ୍ରିୟ ନେତା ଯୋଗୁଁ ତାଙ୍କ ଅନ୍ତିମ ଦର୍ଶନ ଏବଂ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
