ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ଇଛୁକ ଛାତ୍ର ଙ୍କୁ ସମ୍ବଲପୁରୀ ବାଦ୍ୟ ଯନ୍ତ୍ର ତାଲିମ ପ୍ରଦାନ କରିଛନ୍ତି। ଏହା ଦ୍ବାରା ସ୍କୁଲ ପରିସର ମଧ୍ୟ ରେ ବାଦ୍ୟ ଶିଳ୍ପୀ ମାନେ ଯୋଗ ଦେଇ ବିଭିନ୍ନ ତାଲ ରେ ବାଦ୍ୟ ବଜାଉଥିଲେ। ବିଶେଷ କରି ଅଞ୍ଚଳର ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରା ଉଜ୍ଜୀବିତ କରିବା ସାଙ୍ଗକୁ ଶିକ୍ଷା ଗ୍ରହଣ ବେଳେ ଅତିରିକ୍ତ ଶିକ୍ଷା ତାଙ୍କୁ ସହାୟକ ହେବ। କୌଣସି ଶିକ୍ଷଣୀୟ ବିଷୟ ବସ୍ତୁ ମଧ୍ୟରେ ତାରତମ୍ୟ ରହିବା କଥା ନୁହଁ। ଗ୍ରାମାଞ୍ଚଳ ରେ ଏହାକୁ ଗୋଟିଏ ସମ୍ପ୍ରଦାୟ ବାଦ୍ୟ ରୂପେ ପରିଚୟ ବହନ କରି ଆସୁଅଛି। ଏହି ବାଦ୍ୟ ସମଗ୍ର ପଶ୍ଚିମ ଓଡ଼ିଶାରେ ବହୁଳ ପ୍ରଚାର ପ୍ରସାର ରହିଅଛି। ସମସ୍ତ ପର୍ବ ପର୍ବାଣୀ ହେଉ, ସାମାଜିକ ମାଙ୍ଗଳିକ କାର୍ଯ୍ୟ ହେଉ, ଜାନି ଯାତ୍ରା ହେଉ, ବାଦ୍ୟ ବିନା ସମ୍ଭବ ନୁହେଁ। ଦେବୀଙ୍କ ପୂଜା ଆରମ୍ଭ ରୁ ବାଦ୍ୟ ର ବ୍ୟବହାର ହେଉଥିବା ବେଳେ ଛତର ଯାତ୍ରା, ବୁଏଲ ଯାତ୍ରା, ସଭା ସମିତିରେ ମଧ୍ୟ ଲୋକ ଠୁଳ ପାଇଁ ଏହାର ଆବଶ୍ୟକ ଥିଲା। ବର୍ତ୍ତମାନ ଆଧୁନିକ ବାଦ୍ୟ ଯନ୍ତ୍ରପାତି, ରେକଡିଂ ଦ୍ବାରା ଏହାର ଚାହିଦା କମିବାରେ ଲଗୁଅଛି। କିନ୍ତୁ ଏହି ବାଦ୍ୟ ସ୍ୱତନ୍ତ୍ରତା ରହିଛି, ଆଗକୁ ମଧ୍ୟ ରହିବ। ଏହାର ଚାହିଦା କେବେ ବି କମିବ ନାହିଁ।ସଂସ୍କୃତି ଓ ପରମ୍ପରା ପାଳନ ଦିନ ପର୍ଯ୍ୟନ୍ତ ଏହି ବାଦ୍ୟ ଜିବିତଥିବ ।
