ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ରେ ୟୁରିଆ ସାର୍ ଅଭାବ ରହିଥିବା ବେଳେ ଚାଷୀଙ୍କୁ ମାତ୍ର ଗୋଟିଏ ପ୍ୟାକେଟ ୟୁରିଆ ସାର ପ୍ରଦାନ ହେଉଅଛି। ଚାଷୀ ମାନେ ଲମ୍ବା ଧାଡ଼ି ରେ ଦୀର୍ଘ ସମୟ ଓ ଦିନ ଅପେକ୍ଷା ପରେ ସାର କେବଳ ଗୋଟିଏ ବେଗ ନେଉଛନ୍ତି। ୟୁରିଆ ସାର୍ ପାଇ ଚାଷୀ ମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା କୁ ୧୧ ହଜାର ୫୦୦ ମେଟ୍ରିକ ଟନ ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୯୩୫ ମେଟ୍ରିକ୍ ଟନ୍ ଯୋଗାଣ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆବଶ୍ୟକତା ରୁ ଅଧିକ ଜିଲ୍ଲା କୁ ଯୋଗାଣ ହୋଇଥିବା ବେଳେ ୟୁରିଆ ସାର ଅଭାବ ନେଇ ଜିଲ୍ଲାପାଳ ଙ୍କୁ ଆନ୍ଦୋଳନ ସ୍ଥଳୀ ରେ ପଚରା ଉଚରା କରିଥିଲେ। ବିଜେପି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ ଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡାଲ ମାଝୀ, ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ବେହେରା, ମୂରଲୀଧର ଭୋଇ, ଅକ୍ଷୟ ନନ୍ଦ, ବହୁ କର୍ମୀ ଯୋଗ ଦେଇ ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କୁ ଚାଷୀଙ୍କ ଜମି ପରିମାଣ ମୁତାବକ ୟୁରିଆ ସାର ଯୋଗାଣ ପାଇଁ ଆହ୍ବାନ କରିଛନ୍ତି। ଅଧିକ ଜମି ଥିବା ଚାଷୀ ଏକ ବେଗ ୟୁରିଆ ସାର ନେଇ କଣ କରିବା ବୋଲି ପ୍ରକାଶ କରିଛନ୍ତି।
