
ଯୋଡା (କୃଷ୍ଣ ଚନ୍ଦ୍ର ପାତ୍ର) : କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ରେ ଗତ କିଛିମାସ ଧରି ସଫେଇ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ସହରର ପ୍ରତ୍ୟେକ ୱାର୍ଡ, ବସ୍ଷ୍ଟାଣ୍ଡ, ବଜାର ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ନିୟମିତ ଭାବରେ ସଫାଇ ହେଉଥିବାରୁ ସହର ର ପରିବେଶ ପୂର୍ବତନ ଅବସ୍ଥାଅପେକ୍ଷା ଅଧିକ ସୁନ୍ଦର ଓ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ପୌରପାଳିକା ସଫଳ ହୋଇଛି ।
ପୂର୍ବରୁ ଥିବା କଂଟ୍ରାକଟର ଯୋଡ଼ା ମୁନିସିପାଲିଟିର ସମ୍ପୂର୍ଣ୍ଣ ସଂସାଧନ ବ୍ୟବହାର କରି ସଫେଇ କାର୍ଯ୍ୟ ଚଳାଉଥିଲା ତଦ୍ୱାରା ଯୋଡ଼ା ମୁନିସିପାଲିଟି ସଂସାଧନର ବହୁ କ୍ଷୟକ୍ଷତି ଘଟିଥିଲା l ଏହାପରିବର୍ତ୍ତେ ବର୍ତମାନ ଯୋଡ଼ା ମୁନିସିପାଲିଟି ନିଜ ଅଧୀନରେ ସମସ୍ତ ସଂସାଧନ ନିଜ ଆୟତ୍ତରେ ରଖିଛି ଏବଂ ନୂଆ କଂଟ୍ରାକଟର କୁ କେବଳ ଶ୍ରମିକ ଓ ତାଙ୍କର ମାସିକିଆ ଅର୍ଥକୁ ପରିଚାଳନା କରିବାକୁ ଅନୁମତି ପ୍ରଦାନ କରିଛି l ଏହାଫଳରେ ଯୋଡ଼ା ସହରରେ ଆଗ ଅପେକ୍ଷା ସଫେଇ କାର୍ଯ୍ୟ ସୁଦୃଢ ଭାବେ ଚାଲିଛି l
ଯୋଡ଼ା ପୌରପାଳିକା ନିଜ ପ୍ରଚେଷ୍ଟା ରେ ସହରକୁ ସ୍ୱଚ୍ଛ ଓ ସୁନ୍ଦରୀକରଣ କରିବାକୁ ନିରନ୍ତର ପଦକ୍ଷେପ ଉଠାଇଛି । ପାଣି ସମସ୍ୟା ହଉ କିମ୍ବା ଅନ୍ୟ କୌଣସି ସମସ୍ୟା ହଉ ତତ୍କ୍ଷଣାତ୍ ଏସବୁ ସମାଧାନ ହେଇ ପାରୁଛି ।
ସ୍ଥାନୀୟ ବାସିନ୍ଦା ଶରତ ପାତ୍ର ଓ ବିରଞ୍ଚି ନାୟକଙ୍କ ମତ ଅନୁସାରେ ଯୋଡାରେ ଏବେ ପ୍ରତିଦିନ ସଫାଇ କାମ ଚାଲୁ ଅଛି ଏବଂ ପୂର୍ବରୁ ଯେପରି ବଜାର ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ପଡ଼ିରହୁଥିଲା, ସେହି ଦୃଶ୍ୟ ଏବେ ଦେଖାଯାଉନାହିଁ ଓ ପୌରପାଳିକା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସକ୍ରିୟ ପଦକ୍ଷେପରୁ ସହର ସୁନ୍ଦର ଓ ପରିଷ୍କାର ରହିଛି ।”
ତଥାପି, କିଛି ବିରୋଧ୍ୟାଭାସିଙ୍କ ଦ୍ୱାରା ପୌରପାଳିକା କାର୍ଯ୍ୟକୁ ନେଇ ନକାରାତ୍ମକ ଭ୍ରମ ଗଣମାଧ୍ୟମରେ ସୃଷ୍ଟି କରିବାର ଚେଷ୍ଟା ହେଉଥିବାରୁ ନଗର ବାସିନ୍ଦାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବା ଅନୁଯାଇ “ସହରରେ ଯେପରି ସଫେଇ କାର୍ଯ୍ୟ ଓ ବିକାଶ ଚାଲିଛି, ତାହାକୁ ଅସ୍ବୀକାର କରିହେବ ନାହିଁ ବୋଲି କହିଛନ୍ତି ।
