ଜରି ଅଞ୍ଚଳ ରେ ଅଙ୍ଗନା ବାଡ଼ି ଅଣ୍ଡା ଛତୁଆ କୁ ନେଈ ତୁମିଣ କାଣ୍ଡ
ଯାଜପୁର /ବିଞ୍ଝାରପୁର/(ନିପ୍ର)ରିପୋର୍ଟର,, ସରୋଜ କୁମାର ଧଳ ଭଂଜଦୂତ ଖବର
ବିଂଝାରପୁର ବ୍ଲକର ଜରି ପଞ୍ଚାୟତ ସ୍ଥିତ ଜରି ବାଙ୍କର ଲୋଚନ ମଳିକ ତାର ପିଲାର ଅଙ୍ଗନବାଡି ଖାଦ୍ୟ ଯଥା ଛତୁଆ ଅଣ୍ଡା ଆଦି ପାଇଁ ତାର ଛୋଟ ପିଲାକୁ ନେଇ ଅvଙ୍ଗନବାଡି କର୍ମୀ ଶ୍ରୀମତୀ ମଞ୍ଜୁଲତା ମଳିକଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ମାଗିବାରୁ ଶ୍ରୀମତୀ ମଳିକ ଖାଦ୍ୟ ନଦେଇ ଅପରନ୍ତୁ ତାକୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ।ଶ୍ରୀମତୀ ଲୋଚନ ମଳିକ ବିଡ଼ିଓ ଓ ସିଡିପିଓଙ୍କୁ ଯାଇ କହିବେ ବୋଲି ତାକୁ କହି ଘରକୁ ଆସି ପହଁଚିଲା ବେଳକୁ ଶ୍ରୀମତୀ ମଞ୍ଜୁଲତା ମଳିକଙ୍କୁ ସ୍ୱାମୀ କୁମ୍ଭକର୍ଣ୍ଣ ମଳିକ, ତାର ଝିଅ ସଙ୍ଗୀତ ମଳିକ, ତାର ପୁତୁରା ପ୍ରଭାତ ମଳିକ ଓ ଅନ୍ୟକିଛି ଲୋକ ତାର ଘର କୁ ଯାଇ ତାକୁ ତାର ଘରୁ ଘୋଷାରି ବିଧା, ଗୋଇଠା ମାରି ଲହୁଲୁହାଣ କରିଥିଲେ।ସେମାନେ ସଂଘବଧ ହୋଇ ଆକ୍ରମଣ କରିବାରୁ ସେ ନିଛାଟିଆ ଜାଗାରେ କେହି ଧରାଧରି କରିବାକୁ ସାହସ କଲେନାହିଁ।ମାଡ଼ ଦେବା ସହିତ ତାକୁ ଉଲଗ୍ନ କରି ତାକୁ ବାଡ଼ିରେ ପିତାପିଟି କରିଥିଲେ ଓ ତାର ଶାଢ଼ୀ, ଅନ୍ତବସ୍ତ୍ର କୁ ଚିରି ଦେଇଥିଲେ।ସେ ତାଙ୍କ କବଳରୁ ମୁକୁଳି ଯାଇ ଗତ ଦୁଇ ଦିନ ତଳେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗର କେଶ no- ଅଟେ, ଏ ପର୍ଯ୍ୟନ୍ତ ଆସାମୀ ମାନଙ୍କୁ ଗିରଫ କରାଯାଇନଥିବାରୁ ଶ୍ରୀମତୀ ଲୋଚନ ମଳିକ S P ଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଆଜକୁ ତିନିଦିନ ହେଲେ ମଧ୍ୟ କୌଣସି ଆସାମୀ କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନାହିଁ।ଅପରନ୍ତୁ ଶ୍ରୀମତୀ ଲୋଚନ ମଳିକ ଓ ତାର ଶ୍ୱଶୁର ସମେତ ପ୍ରାୟ ପାଞ୍ଚ ଜଣଙ୍କ ନାମରେ ଅପରପକ୍ଷ ମିଥ୍ୟା କେଶ ରୁଜୁ କରିଛନ୍ତି।ପୋଲିସ ଘଟଣାର ନିରପେକ୍ଷ ଅନୁସନ୍ଧାନ କରି ଶ୍ରୀମତୀ ଲୋଚନ ମଳିକଙ୍କୁ ନ୍ୟାୟ ଦେବାକୁ ସେ ବିଂଝାରପୁର ପୋଲିସ ନିକଟରେ ଗୁହାରି କରିଛନ୍ତି।ସେ ବିଲ ଭେଡ଼ା ରେ ଘର କରିଥିବାରୁ ଅପର ପକ୍ଷ ତାକୁ ରାତିର ରେ ଯାଇ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଛି ବୋଲି ଶ୍ରୀମତୀ ଲୋଚନ ମଳିକ ଜଣାଇଛନ୍ତି
