ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ରେ ଅନେକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ଙ୍କ ଆହ୍ବାନ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଜନତାଙ୍କୁ ବେଶ ପ୍ରଭାବିତ କରୁଅଛି। କେଉଁଠି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ର ସଂକଳ୍ପ ନେଇଥିବା ବେଳେ, ଜିଲ୍ଲା ରେ ଲକ୍ଷାଧିକ ଚାରା ରୋପଣ, ପକ୍ଷୀ ପାଇଁ ଦିନ ଟିଏ, ଗର୍ଭବତୀ ମହିଳା ଙ୍କ ପାଇଁ ଦିନ ଟିଏ ନବଜାତ କନ୍ୟା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ସିନାପାଲି ବିଡ଼ିଓ କର୍ମୀ ଓରାମଙ୍କ ଖାଲି ହାତ ରେ ଡ୍ରେନ ରୁ ଅଳିଆ ଆବର୍ଜନା ସଫା କରୁଥିବା ବେଳେ ଖରୀଆର ରୋଡ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲା କାନ୍ତ ରଥଙ୍କ ସଡ଼କ ଉପରୁ ଅଳିଆ ଆବର୍ଜାନ ଉଠାଇବା ଦୃଶ୍ୟ ନାଗରିକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଏଭଳି ଆହ୍ବାନ ସତରେ ଜନ ଜାଗରଣ ରୂପ ନେଉଥିବା ବେଳେ ଅନେକ ଉତ୍ପାଦନ କେନ୍ଦ୍ର କୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥାନ୍ତି।ସ୍ୱଦେଶୀ ଆନ୍ଦୋଳନ ଭଳି ଅନେକ ଉଦାହରଣ ରହିଅଛି ଭାରତରେ। ଅଧିକାରୀଙ୍କ ଏତାଦୃଶ୍ୟ କାର୍ଯ୍ୟ ଏକକ ବ୍ୟବହାର ପ୍ଲାଷ୍ଟିକ ଜିଲ୍ଲା ରୁ ନିଶ୍ଚିତ ଭାବରେ ମୁକ୍ତ ହେବା ଆଶା କୁ ଦୃଢୀଭୂତ କରୁଅଛି।
