ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ପାଟନା କ୍ଷେତ୍ରୀୟ ସମାଜ ପକ୍ଷ ରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଅଛି। ଖଡିଆଳ ପାଟଣା କ୍ଷେତ୍ରୀୟ ସମାଜ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ସଂସ୍କୃତି ଏବଂ ପରମ୍ପରା ସମାଜ କୁ ଏକତା ସୂତ୍ର ରେ ବାନ୍ଧି ରଖିବା ର ସୂତ୍ରଧାର ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଉସର୍ଗୁକୃତ ଜୀବନ କ୍ଷେତ୍ରୀୟ ଙ୍କ ନୈତିକ ପରମ୍ପରା ଅଟେ ବୋଲିi ମତବ୍ୟକ୍ତ କରିଥିଲେ। ସଭାରେ ସମ୍ମାନିତ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ସମାଜ ରେ ଶିକ୍ଷା ଦ୍ବାରା ଏକ ଉକୃଷ୍ଟ ସମାଜ ଗଠନ କରିବା ସହ ସାମୁହିକ ସ୍ୱାର୍ଥ ସମ୍ପାଦନ କରିବା ଏକମାତ୍ର ଲକ୍ଷ ବୋଲି କହିଥିଲ। ସଭାରେ କୁଳପତି ଶମ୍ଭୁ କିଶୋର ଦଣ୍ଡସେନ୍ ଅଧ୍ୟକ୍ଷତା କରିଥିବା ବେଳେ ସଚିବ ଦିଲୀପ କୁମାର ନାଏକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ରୂପେ ନୂଆପଡ଼ା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ଓବିସୀ ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ଚଲାନ, ବିକ୍ରମ ମାଝୀ ମଞ୍ଚାସିନ ହୋଇଥିଲେ। ସଂଗଠକ ପରମେଶ୍ବର ବାରିକ ଅତିଥି ପରିଚୟ କରିଥିଲେ। ଡ଼. ସୁଶାନ୍ତ କୁମାର ବିଶି ଏବଂ ଅଶୋକ କୁମାର ବାରିକ ମଞ୍ଚ ପରିଚାଳନା କରିଥିଲେ। ସହ ସଂପାଦକ ସୁନିଲ କୁମାର ମାଝୀ ଧନ୍ୟବାଦ ଦେଇଥିଲେ।
