କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ*
*୮୦୨ ଟି ମାମଲାର ଫଇସଲା*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଅନୁପ ରଞ୍ଜନ ପଟ୍ଟନାୟକ ଓ ସଚିବ ଶ୍ରୀମତୀ ପଲ୍ଲବୀ ପ୍ରତ୍ୟୁଷ ଚନ୍ଦ୍ରିମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୮୦୨ ଟି ମାମଲା ଫଇସଲା କରାଯାଇଥିଲା।
୨୩ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨,୨୦,୪୯,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ପାରିବାରିକ ବିବାଦ ଜନିତ ୪ ଗୋଟି ମକଦ୍ଦମା ଫଇସଲା କରାଯାଇଥିଲା। ମକଦ୍ଦମା ୩୨ଟି ବ୍ୟାଙ୍କ ମକଦ୍ଦମାର ଫଇସଲା କରାଯାଇ ୪୦,୦୦୦ ଟଙ୍କା ଆଦାୟ କରାଯାଇଥିଲା।
ବିଚାର ଯୋଗ୍ୟ ୨୨୬ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ୪,୩୦,୪୫୫ ଟଙ୍କା ଆଦାୟ କରାଯାଇଥିଲା। ଏହାସହ ଏନଆଇ ଆକ୍ଟ ମାମଲା (୧୩୮) ୨୨ଟି ଫଇସଲା କରାଯାଇ ୨୧,୨୯,୪୨,୨୧୨ ଟଙ୍କା ଆଦାୟ କରାଯାଇଥିଲା। ୧୯୮୪ ଗୋଟି ରାଜସ୍ୱ ମକଦ୍ଦମା ଫଇସଲା କରାଯାଇ ୧୪,୫୯୧ ଟଙ୍କା ଆଦାୟ କରାଯାଇଥିଲା। ୨୧୮ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୯,୭୨,୦୪,୨୧୨ ଟଙ୍କା ଆଦାୟ କରାଯାଇଥିଲା।
ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧୀଶ ଅନୁପ ରଞ୍ଜନ ପଟ୍ଟନାୟକ, ପରିବାର ଅଦାଲତ ଜଜ୍ ରାଜଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପଦ୍ମଲୋଚନ ବଡ଼ଜେନା ଓ ଅନ୍ୟାନ୍ୟ ମାଜିଷ୍ଟ୍ରେଟ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।
