ମାଥିଲି ଥାନା ଅଧିକାରୀଣୀ ଦୀପାଞ୍ଜଳି ପ୍ରଧାନଙ୍କୁ ମିଳିଛି ପୁଣି ଏକ ସଫଳତା ପାଙ୍ଗମ ନିକଟସ୍ଥ ଡୁମାଲିଗୁଡ଼ାରେ ଡକାୟତି ଘଟଣାର ୬ ଦିନ ଭିତରେ କଲେ ପର୍ଦ୍ଦାଫାସ
ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେଏକ ସ୍ବତନ୍ତ୍ର ଟିମ୍ ଅନେକ ଜାଗାରେ ଚଡାଉ କରି ୪ ଜଣ ଅଭଯୁକ୍ତଙ୍କୁ କରିଛନ୍ତି କାବୁ
ସୂଚନା ଯୋଗ୍ୟ ଯେ କିଛି ଦିନପୁବ୍ରରୁ ପାଙ୍ଗମ ନିକଟସ୍ଥ ଡୁମାଲିଗୁଡ଼ା ଗ୍ରାମର ରଘୁ ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ମାଥିଲି ପୋଲିସ। ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରି ଅଭିଯୋଗ ସହ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।
ପୋଲିସ କାବୁ କରିଥିବା ଅଭିଯୁକ୍ତମାନେ ହେଲେ—
୧. ଲକ୍ଷ୍ମଣ ପୂଜାରୀ
୨. ନରସିଂହ ଡୁମାଲି
୩. ତୁଳସୀ ଡୁମାଲି
୪. ଅନନ୍ତ ଭୂମିଆ
ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଡକାୟତି ସହ ଜଡ଼ିତ ଅନ୍ୟ କୌଣସି ବ୍ୟକ୍ତି ଅଛନ୍ତି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ମାଥିଲି ବ୍ଲକ ରୁ ଶ୍ରୀଧର ପାଢ଼ୀ ଭଞ୍ଜଦୂତ ଖବର
