ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଧାନପଡ଼ାରେ କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣ ଶିବିର
ବନ୍ତ ( ନିପ୍ର) ୧୨/୯ ( ମାର୍କଣ୍ଡ ଧାଡ଼ା) ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଓ ଓଡ଼ିଶା ନଲେଜ କୋର୍ପୋରେସନର ମିଳିତ ଆନୁକୂଲ୍ୟ ଏବଂ ବନ୍ତସ୍ଥିତ ପଦ୍ମାବତୀ କମ୍ପ୍ୟୁଟର ଏକାଡ଼େମୀର ସହଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପଧାନପଡ଼ାରେ ଏକ ଦିନିଆ “ମର୍ଜିଂ ଟେକ୍ନୋଲୋଜି ଓ କୃତ୍ରିମ ବୁଦ୍ଧିମତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବିଦ୍ୟାଳୟର ପ୍ରତିଷ୍ଠାତା ଥତା ବିଶିଷ୍ଟ ସମାଜସେବୀ ସେକ୍ ଜଲାଲଉଦ୍ଦିନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପାଖାପାଖି ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ I ବିଦ୍ୟାର୍ଥୀ ମାନଙ୍କୁ ସାଧାରଣ ପାଠପଢ଼ା ବ୍ୟତୀତ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଶିବିରକୁ ଓକେସିଏଲର ଭଦ୍ରକ ଜିଲ୍ଲା ମୁଖ୍ୟ ସଂଯୋଜକ ଅଜୟ କୁମାର ଦାସ, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀର ପ୍ରତିଷ୍ଠାତା ସଞ୍ଜୟ କୁମାର ଲେଙ୍କା, ସରିତା ଲେଙ୍କା, ଖୁର୍ସିଦା ଖାତୁନ, ଜାହିରୁଦ୍ଦିନ ସାହାଜୀ, ଏସ୍.କେ ରିଆଜ୍ ଅଲ୍ଲୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଚାଳନା ଓ ସହଯୋଗ କରିଥିଲେ।
