କୋଟପାଡ଼ (ଅଶ୍ୱିନୀ ପଟ୍ଟନାୟକ) : କୋଟପାଡ଼ ଅଂଚଳ ରୁ ତିନି ଜଣ ହାଇସ୍କୁଲ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ସାରିଥିବା ବେଳେ ଏଥିରେ ଆଉ ଜଣେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପଙ୍କଜ କୁମାର ମହାନ୍ତି କୋଟପାଡ଼ ବ୍ଲକ ପାଇଁ ଜିଲ୍ଲା ସ୍ତରୀୟ ପୁରସ୍କାର ପାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିମଂତ୍ରଣ ପାଇଛନ୍ତି. ଆସନ୍ତା ଗୁରୁ ଦିବସ ଦିନ କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ମାନୀତ ହେବେ.
ଶ୍ରୀ ମହାନ୍ତି ବର୍ତମାନ ଅମ୍ବଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଅଛନ୍ତି. ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଜଣେ ମାତ୍ର ଶିକ୍ଷକ ରୂପେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି.
ଏହା ପୂର୍ଵ ରୁ ସେ ଉତ୍ତମ ଶିକ୍ଷକ ରୂପେ ପରବ ସମ୍ମାନ, ରାଜ୍ୟ ସ୍ତର ପ୍ରକୃତି ମିତ୍ର ପୁରସ୍କାର ପାଇ କୋଟପାଡ଼ ପାଇଁ ଗୌରବ ଆଣିଥିଲେ.ଓ ତା ସଙ୍ଗେ ସଙ୍ଗେ ଶ୍ରୀ ପଙ୍କଜ ମହାନ୍ତି ବିଭିନ୍ନ କୁଇଜ, ବକୃତl, ପ୍ରବନ୍ଦ ରେ ବିଚାରକ ଭାବରେ ରହି ବହୁ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାରେ ସାହାଯ୍ୟ କରିଛିନ୍ତି ।
ମୁଖମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଆଉ ଏକ ଫର୍ଦ ତାଙ୍କ ନାମରେ ଯୋଡି ହୋଇଯାଇଛି ।
ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଶ୍ରୀ ମହାନ୍ତି ନିଜ ପରିବାର. ବିଦ୍ୟାଳୟ ର ସମସ୍ତ ସହକର୍ମୀ. ଶିକ୍ଷା ଉଚ୍ଚ ଅଧିକାରୀ ଙ୍କୁ ଧନ୍ୟ ବାଦ ଜଣାଇ ଛନ୍ତି. ଏହି ପୁରସ୍କାର ଆଗାମୀ ଦିନ ରେବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଙ୍କ ଆହୁରି ନିଷ୍ଠା ସହ କାର୍ଯ୍ୟ କରିବା ପାଇଁ ମନୋବଳ ଯୋଗାଇବ ବୋଲି ମତ ଦେଇଛନ୍ତି ।
