
ରାସଗୋବିନ୍ଦପୁର
ଶୁକ୍ରବାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ସ୍ଥିତ କୁଶଡ଼ିହା ନଦୀ ପୋଲ ଉପରେ ଏକ ଡମ୍ଫର ଓଡି ୨୨ ଜେଡ ୧୭୨୩ ନମ୍ବର ଥିବା ଡମ୍ଫରରେ ଚୋରା ମୁରୁମ ବୋଝେଇ ହୋଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପାଲଟି ଯାଇଥିଲା ଫଳରେ ମୋରମ ପଡ଼ି ରାସ୍ତା ଜାମ ହୋଇଯିବରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମୁରୁମ ମାଫିଆ ସକ୍ରିୟ ହୋଇଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜ୍ୟସ୍ଵ ହାନି ହେଉଛି। ପୁର୍ବରୁ ଏହାର ନିୟନ୍ତ୍ରଣ ରଜ୍ୟସ୍ଵ ବିଭାଗ ଅଧୀନରେ ଥିଲା ତେଣୁ ତହସିଲଦାର ଓ ଆରଆଇମାନେ ଚୋରା ମୁରୁମ ଗାଡ଼ିକୁ ଧରୁଥିଲେ କିନ୍ତୁ ବର୍ତ୍ତମାନ ଏହା ଖଣି ବିଭାଗକୁ ଯାଇଛି। ମାତ୍ର ଖଣି ବିଭାଗ ତତ୍ପର ନ ଥିବା ବେଳେ ପୋଲିସ ହାତ ବାନ୍ଧି ବସିଥିବାରୁ ମୁରୁମ ମାଫିଆ ଦିନ ଦିପ୍ରହରରେ ଖୋଲମଖୋଲା ଶହଶହ ଟ୍ରିପ ବେଆଇନ ଭାବେ ଚୋରା ଚାଲାଣ କରୁଛନ୍ତି।ଯଦି ଚୋରା ମୁରୁମ ମାଫିଆଙ୍କୁ ପୋଲିସ କିମ୍ବା ଖଣି ବିଭାଗ ନ ଅଟକାଏ ତେବେ ଏହିପରି କୋଟି କୋଟି ଟଙ୍କା ଓଡିଶାର ରଜ୍ୟସ୍ୱ ହାନି ହେବା ସହ ଦ୍ୟିନିକ ସଡ଼କ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
ମୟୂରଭଞ୍ଜ ରାସଗୋବିନ୍ଦପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍