
ବ୍ରହ୍ମପୁର -ସ୍ଥାନୀୟ ଚାଚା ନେହେରୁ କ୍ଲଷ୍ଟର ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିପୁଣ ମେଳା ଉତ୍ସବ କ୍ଲଷ୍ଟର ସି ଆର ସି ସି ଶ୍ରୀ ବାଙ୍କ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେl ମୁଖ୍ୟ ବକ୍ତା ଶ୍ରୀମତୀ ସୁଚିତ୍ରା ବେହେରା ବରାକ୍ସ୍ ଉଚ୍ଚବିଦ୍ୟଳୟ ର ପ୍ରଧାନ ଶିକ୍ଷୟିତ୍ରୀ, ସଂମ୍ମାନିତ ଅତିଥି ଭାବେ ଶ୍ରୀ ପନ୍ନଙ୍ଗ ଭୂଷଣ ମାଝୀ ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ, ଶ୍ରୀମତୀ ପୁଷ୍ପମାଳା ପ୍ରଧାନ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ମିଲିଟାରୀ ଲାଇନ, ରୀନା ପାଢି k. C ଟାଉନ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ,ଶ୍ରୀମତୀ ରାଜେଶ୍ୱରୀ ଦାସ ପ୍ରଧାନ ଶିକ୍ଷୟିତ୍ରୀ ଚାଚା ନେହେରୁ, ଶ୍ରୀ ରାଜେଶ କୁମାର ତାରିଣୀ ସଭାପତି ମହାନଗର ଶିକ୍ଷକ ସଙ୍ଘ, ଶ୍ରୀ ଅବନୀ କୁମାର ପାଢ଼ୀ ସମ୍ପାଦକ ପ୍ରାଥମମିକ ଶିକ୍ଷକ ସଙ୍ଘ ମହାନଗର, କ୍ଲଷ୍ଟର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ , ଏସଏମସି ସଭାପତି ଜ୍ୟୋସ୍ନା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । କ୍ଲଷ୍ଟର ସମସ୍ତ ବିଦ୍ୟାଳୟ ର ଏଫଏଲ ଏନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ମୋଟ ୧୦୦ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ ପ୍ରତିଯୋଗୀ ମାନଙ୍କୁ ଅଥିତି ଙ୍କ ଦ୍ୱାରା ପୁରସ୍କୃତ କରାଗଲା ଏବଂ ଚାଚା ନେହେରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ସହଯୋଗରେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l l ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ l