ନୂଆପଡା( ମିଖାଏଲ ନନ୍ଦ) ; ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ଅଞ୍ଚଳ ରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯିବା ବୋଲି ପ୍ରକାଶ କରିଛନ୍ତି। , ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଏକ ସମ୍ବାଦିକ ସମ୍ମିଳନ ରେ ବାଘ କୁ ମାରିବା ଏବଂ ବାଘ ଚାଲକୁ ବିକ୍ରି ଫିରାକ୍ ରେ ଥିବା ବେଳେ ବନଖଣ୍ଡ ବିଭାଗ ତାଙ୍କୁ ଚଢ଼ାଉ କରି ଧରିଛନ୍ତି। ଗତ ୨୫ ତାରିଖ ଦିନ ସିନାପାଲି ଚଟିଆଗୁଡ଼ା ବିଜୁ ଏକ୍ସପ୍ରେସ ୱେ ରେ ରାତ୍ରି ପ୍ରାୟ ୧୦ ରୁ ୧୦.୩୦ ମିନିଟ ମଧ୍ୟରେ ଏକ ବ୍ୟକ୍ତି ସ୍କୁଟି ରେ କଲରା ପତରିଆ ବାଘ ଛାଲ ନେଇ ଠିଆ ହୋଇଥିଲେ। ବନ୍ ବିଭାଗ ସନ୍ଧେହ ତାଙ୍କୁ ଗିରଫ କରିଥିଲେ। ଏହି ଘଟଣା ରେ ସିନାପାଲି ଗ୍ରାମର ହୃଷୀକେଶ ବାଗ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ତାଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ମୁତାବକ ବାନ୍ୟ ପ୍ରାଣୀ ଙ୍କୁ ହତ୍ୟା ଏବଂ ବ୍ୟବସାୟ କରିବା ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବାଗ ଛାଲ ରୁ ଜଣାପଡେ ଯେ ବାଘ ୧ ବର୍ଷ ରୁ ଉର୍ଦ୍ଧ ବୟସ ଥିବା ଅନୁମାନ କରାଯାଏ। ତାର ଲମ୍ବ ମୁଣ୍ଡ ରୁ ଲାଞ୍ଜ ପର୍ଯ୍ୟନ୍ତ ୧୮୦ ସେଣ୍ଟି ମିଟର ଅଟେ। ଫରେନସିକ ଷ୍ଟେଟ ପାଇଁ ପଠାଇବା ପରେ ବାଗ ମୃତ୍ୟୁ କାରଣ ଜଣା ପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ ।
