ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ କୃଷି ଭିତ୍ତିକ ଗଣ ପର୍ବ ନୁଆଖାଇଁ ପାଳନ ନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ଖଡିଆଳ ସମେତ ବିଭିନ୍ନ ଗ୍ରାମ ରେ ସ୍ବତନ୍ତ୍ର ବଜାର ବସିଛି। ଉତ୍ସବ ମୁଖରିତ ପରିବେଶ ଥିବା ବେଳେ, ଚଲ ଚଞ୍ଚଳ ହୋଇ ପଡ଼ିଛି ଗାଆଁ ରୁ ଦାଣ୍ଡ। ବଜାର ରେ ନୂତନ ଶସ୍ୟ ବିକ୍ରି ହେଉଥିବା ବେଳେ ୬୦ ଦିନିଆ ,ପସେର ଏବଂ ଆଟ ଧାନ ପ୍ରସ୍ତୁତ ହୋଇ ଥିବା ବେଳେ ବଜାର ରେ ଧାନ ଖେଡ଼ ବିକ୍ରି ହେଉଅଛି। ସେହିପରି ନୂତନ ଧାନ ର ଧୁଡ଼ା ମଧ୍ୟ ପ୍ରସ୍ତୁତ ହୋଇ ବିକ୍ରି ହେଉଥିବା ଦେଖାଯାଉଛି। ପର୍ବ ରେ ପିଠା ମଣ୍ଡା ପାଇ ଉକୃଷ୍ଟ ମାଟି ହାଣ୍ଡି ଗୁଡ ମଧ୍ୟ ବିକ୍ରି ହେଉଥିବା ବେଳେ କୁରେ ପତ୍ର, ଏବଂ ନୂତନ ମାଟି ପାତ୍ର ଦୀପ ଧୂପ ଦେବା ପାତ୍ର ମଧ୍ୟ ବିକ୍ରି ହେଉଅଛି। ବିଭିନ୍ନ ରକମ୍ ର ପନିପରିବା ମଧ୍ୟ ଚାହିଦା ବ୍ୟାପକ ଥିବା ରୁ ଦରଦାମ ବୃଦ୍ଧି ହୋଇଅଛି। ଦୂରୁ ଦୌରାନ୍ତ ରୁ ସମ୍ପର୍କୀୟ ମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖଡିଆଳ ଠାରେ ନୂଆଁଖାଇ ବଜାର ରେ ସାମଗ୍ରୀ କ୍ରୟ କରି ଲର୍କା କୁ ଯାଇଛନ୍ତି। ସେ ଝାରସୁଗୁଡ଼ା ଠାରେ ଘରୋଇ କମ୍ପାନୀ ରେ କାମ କରନ୍ତି। ଏହି ପର୍ବ ଏକତା ବନ୍ଧନ ରେ ବାନ୍ଧି ରଖିବା ପର୍ବ ଅଟେ।
