ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ।
**************************
ଯାଜପୁର, )ରିପୋର୍ଟର,, ସରୋଜ କୁମାର ଧଳ ଭଞ୍ଜଦୂତ
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଏହାର ଶାଖା ନଦୀ କାଣୀ ନଦୀରେ ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିୟାସ ପଞ୍ଚାୟତରେ ଏକ ଘାଇ ସୃଷ୍ଟି ହୋଇ ୨୦ ଟି ପଞ୍ଚାୟତ ଜଳବନ୍ଦୀ ହୋଇଅଛି। ଦଶରଥପୁର ବ୍ଲକର କଷପା, ମଲିକାପୁର, ତରପଦା, ସୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, କୟାଁ, କମରଡିହ, ଖାନନଗର, ଛଚିଣା, ମଙ୍ଗଳପୁର, ଯୟନ୍ତରା, କଟିକଟା ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ ବନ୍ୟାଞ୍ଚଳ ଗସ୍ତ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଓ ଦଶରଥପୁର ବ୍ଲକର ୨୧ ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୯୬୪୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।ଆଜି ୩୨ଟି ରିଲିଫ ସେଣ୍ଟର୍ ରେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ବନ୍ୟା ଅଞ୍ଚଳରେ ୧୫୦ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୫ କ୍ୱିଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି। ଆମ୍ବୁଲାନ୍ସ ସହିତ ୦୪ ଟି ମେଡିକାଲ ଟିମ୍ ଓ ୧୦ ଟି ଭେଟେରୀନାରୀ ଟିମ୍ ନିୟୋଜିତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୦୨ ଟି ଓଡରାଫ ଓ ୦୩ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ବନ୍ୟାଂଚଳରେ ୩୬୨୫ ଟି ଓ଼ଆରଏସ, ୧୨୪୦୦ ହାଲୋଜିନ ବଟିକା ବଣ୍ଟନ କରାଯାଇଛି। ୨୦୭ ଟି କୂଅ ମଧ୍ୟରୁ ୧୦୨ ଟି କୂଅ ପାଣି କୁ ବିଶୁଧିକରଣ କରାଯାଇଛି। ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ଦ୍ୱାରା ୪ଟି ବ୍ଲକର ୧୩୬ ଟି ଗ୍ରାମ ର ୩୮୩୫ ହେକଟର ଚାଷ ଜମି ବନ୍ୟା ପାଣି ରେ ବୁଡ଼ିଯାଇଛି। ସେହିପରି ୨୩୭୬୪ ଗୋରୁଗାଇ ପ୍ରଭାବିତ ହୋଇଛନ୍ତି।ମଲିକାପୁର ଗ୍ରାମର ମଦନ ମୋହନ ରଣା, ପିତା: ଜଣାପଡିଛି। ମୃତ ଶରୀରକୁ ଓଡ୍ରାଫ ଟିମ୍ ଦ୍ଵାରା ଉଦ୍ଧାର କରାଯାଇଛି।ଓ ସେଠାରେ ୮୫୦୦ପାଣି ବୋତଲ (୫୦୦ml)ବଣ୍ଟନ କରାଯାଇଥିବା ବେଳେ ୫ଟି ପାଣି ଟାଙ୍କି ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଇଛି ୧୦ଟି ପୋ୍ୱାର ବୋଟ ଦଶରଥପୁର ବ୍ଲକ ଅଞ୍ଚଳରେ ନିୟୋଜିତ ହୋଇଛି ଏବଂ ୫୭. ୨ମେଟ୍ରିକ ଟନ ଗୋଖାଦ୍ୟ ଯୋଗାଇ ଦିଆଯାଇଛି
