ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ରେ ୟୁରିଆ ସର ଅଭାବ ଦେଖା ଦେଇଥିବା ୟୁରିଆ ସାର ଯୋଗାଣ ପାଇଁ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା। ବିଶେଷ ରୂପେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, କୃଷି ସଚିବ, ଜିଲ୍ଲାପାଳ ଆଲୋଚନା କରି ଦେଖାଯାଇଥିବା ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର ମାଲ ଗାଡ଼ି ରେ ୟୁରିଆ ସାର ଯୋଗାଣ ହେଉଅଛି। ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ମଧ୍ୟ ୟୁରି ସାର ଯୋଗାଣ ନେଇ କୃଷି ମନ୍ତ୍ରୀ, କୃଷି ସଚିବ, ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ତତ୍ତ୍ଵାବଧାନରେ ସାର ଯୋଗାଣ ନେଇ ଖରୀଆର ରୋଡ ରେଳ ଷ୍ଟେସନ ରେ ୨୬ ହଜାର ୯୦୦ ବେଗ ୟୁରିଆ ସାର ଓହ୍ଲାଇ ସମବାୟ ସମିତିକୁ ପଠାଉଥିବା ଜଣାପଡିଛି। ଚାଷୀଙ୍କୁ ସୁଲଭ ମୂଲ୍ୟ ରେ ୟୁରିଆ ସର ଯୋଗାଣ ହେବ। ଆସନ୍ତା ଦିନ ରେ ଚାଷୀ ରାସାୟନିକ ସାର ନିଜ ଜମିରେ ଥିବା ଫସଲ ରେ ବ୍ୟବହାର କରିବେ। ଚାଷୀଙ୍କୁ ସାର ନେବା ପାଇଁ ଆଧାର କାର୍ଡ ଏବଂ ଜମି ପଟ୍ଟା ନେଇ ସମବାୟ ସମିତି ରେ ନିଜ ସାର ନେବାକୁ ପ୍ରସ୍ତୁତ ରହିବାକୁ ଅନୁରୋଧ।
