କୋରାପୁଟ (ପ୍ରଶାନ୍ତ ଟାକ୍ରୀ) : ଜିଲ୍ଲା ଏଡ଼ସ ବିଭାଗ ତରଫରୁ ଆଜି ସ୍ଥାନୀୟ ସରକାରୀ କଲେଜ ରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାଯ୍ୟlଳୟ ଯାଏଁ ଏଡ଼ସ ସଚେତନତା ପାଇଁ ଯୁବବର୍ଗ ଙ୍କୁ ନେଇ ଜିଲlସ୍ତରୀୟ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ସଂମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ତଥା ପୌରପାଳିକା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଓ ଜିଲ୍ଲା ଜନସ୍ବlସ୍ଥ୍ୟ ବିଭାଗ ର ଡ଼ ସାଇସ୍ୱରୂପ ଯୋଗଦେଇ ଏହି ଗଣଦୌଡ଼ କୁ ଉଦଘାଟନ କରିବାସହ ପରବର୍ତୀ ସମୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଓ ଗଣଦୌଡ଼ ରେ କୃତୀ ପ୍ରତିଯୋଗୀ ଙ୍କୁ ଏ ଉପଲକ୍ଷେ ପୁରସ୍କୃତ କରାଯାଇଥିଲା ବାଳକ ବିଭାଗ ରୁ ତିନିଜଣ ଓ ବାଳିକା ବିଭାଗ ରୁ ତିନି ଜଣ କୃତିତ୍ୱ ହାସଲ କରିଥିବା ବେଳେ ଜିଲ୍ଲା ଏଡ଼ସ ବିଭାଗ ର କାଯ୍ୟବାହ ସର୍ବେଶ୍ୱର ବାରିକ ସମସ୍ତ କାଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କାଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l କାଯ୍ୟlଳୟ ସମସ୍ତ ସାଥି ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ l
