
ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ତୁକଲା ଗ୍ରାମ ରେ ଅଘଟଣ। ଭୟାବହ ଅଗ୍ନିକାଣ୍ଡ ରେ ସ୍ଵାମୀ ସ୍ତ୍ରୀ ଅଣ ନିଶ୍ୱାସୀ ହୋଇ ଗୁରୁତର ଆହତ ହୋଇଥିବା ବେଳେ ଆମ୍ବୁଲାନ୍ସ ସେବା ଯୋଗାଯୋଗ ପରେ ମଧ୍ୟ ବିଳମ୍ବ ରେ ଆସିବା ଯୋଗୁଁ ଅନ୍ୟ ଏକ ଗାଡ଼ିରେ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଉଥିବା ବେଳେ ପହଞ୍ଚିଥିଲା। ମୃତକଙ୍କ ମାଁ, ବାପା ଏବଂ ୬ ମାସ ପୁଅ ଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଘଟଣା ରୁ ଜଣାପଡିଛି ଯେ ଏହି ପାଞ୍ଚ ସଦସ୍ୟ ପଟେଲ ପରିବାର ତୁକଳା ବସଷ୍ଟାଣ୍ଡ ଠାରେ ଏକ ଉଠା ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ପେଟ୍ରୋଲ ମଧ୍ୟ ବିକ୍ରି କରନ୍ତି। ଆଜି ରାତ୍ରି ରେ ପୁଅ ଓ ବହୁ ଘରେ ଚିନାବାଦାମ ପେକିଙ୍ଗ କରୁଥିବା ବେଳେ ପାଖରେ ଥିବା ପେଟ୍ରୋଲ ରେ କୌଣସି ମତେ ଅଗ୍ନି ସଂଯୋଗ ହୋଇଥିଲା। ଅଗ୍ନିକାଣ୍ଡ କୁ ଦେଖି ୨୦ ରୁ ଉର୍ଦ୍ଧ ଲିଟର ପେଟ୍ରୋଲ ଥିବା ଅନୁମାନ। ଭୟାବହ ଅଗ୍ନିକାଣ୍ଡ ଲାଗି ଘର ସମ୍ପୂର୍ଣ୍ଣ ଧୁଆଁ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡ ରେ ସ୍ଵାମୀ ସ୍ତ୍ରୀ ରାଜେଶ ପଟେଲ (୩୦) ରିମା ପଟେଲ (୨୫) ଅଗ୍ନିକାଣ୍ଡ ରେ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ହୋଇଅଛି। ଅଗ୍ନିକାଣ୍ଡରେ ସ୍ଵାମୀ ସ୍ତ୍ରୀ ଘର ଭିତରୁ ବାହାରି ନପାରି ୬ ମାସ ପୁଅ ଙ୍କୁ ଝରକା ପଟୁ ଫିଙ୍କି ଦେଇଥିଲେ। ଡକ୍ଟର ମୃତ ଘୋଷଣା କରିଛନ୍ତି।
