ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା -୨୦୨୫, ହରଭଙ୍ଗା
———————————–
ସ୍ଥାନୀୟ ଗୀତା ସେବି ଅନୁଷ୍ଠାନ ପ୍ରଜ୍ଞାନ ମିଶନ୍ ର ଆୟୋଜନ କ୍ରମେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ପୁରୁଣା କଟକ ଶିଶୁବିଦ୍ୟା ମନ୍ଦିର ଠାରେ “ଗୀତା ସୁଗୀତା କର୍ତ୍ତବ୍ୟା -୨୦୨୫” ଅନୁଷ୍ଠିତ ହୋଇଅଛି। ବ୍ଲକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ,୩ୟ ଠାରୁ +୩ ପର୍ୟନ୍ତ ୪୦ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଯୋଗଦେଇ ଶ୍ରୀମତ୍ ଭଗବତ୍ ଗୀତା ର ୫ମ ଅଧ୍ଯାୟ ଆବୃତ୍ତି କରିଥିଲେ। ସମସ୍ତ ଭାଗଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଓ ସଭ୍ୟମାନଙ୍କୁ ୫ମ ଅଧ୍ଯାୟ ଗୀତା ଗ୍ରନ୍ଥ ବଣ୍ଟନ କରାଗଲା। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କୁ ଉନ୍ନୀତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଗଲା। ଶ୍ରୀ ରାଜୀବ କଁହର,ଶ୍ରୀମତୀ ଅନୀତା କୁମାରୀ ମହାରଣା,ଶ୍ରୀ ଶିବଦତ୍ତ ପଟ୍ଟନାୟକ ଶ୍ରୀ ନନ୍ଦକିଶୋର ସାହୁ,ଶ୍ରୀ ସୁଦାମଚରଣ ପ୍ରଧାନ ଶ୍ରୀ ସମୀରକୁମାର ସାହୁ ପ୍ରଭୃତି ଗୁରୁଜୀ ମାନେ ବିଚାର ପତିଭାବେ ଯୋଗଦେଇଥିଲେ। ପ୍ରଜ୍ଞାନ ମିଶନ୍ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପ୍ରାଣବନ୍ଧୁ ମହାପାତ୍ର ଶ୍ରୀ ସୌମିତ୍ରୀ ପଲିଆ ଶ୍ରୀ ଶ୍ରୀବନ୍ତ ନାୟକ ସି,ଆର୍ ସି ସି ,ବିଶିଷ୍ଟ ଅତିଥି ଶ୍ରୀ ରମେଶ କୁମାର ସାମଲ,ଗୁରୁଜୀ ଶ୍ରୀ ଭାସ୍କର ନାୟକ ଓ ଶିଶୁମନ୍ଦିର କର୍ମକର୍ତ୍ତା ଙ୍କ ସହଯୋଗ ରେ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା।
