ଦଶରଥପୁର (ସରୋଜ କୁମାର ଧଳ) : ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅଧୀନ ଅର୍ଦ୍ଧାଳୁଆ ଗ୍ରାମର ପ୍ରଭାତ(ତପନ) ମିଶ୍ର ପିତା-ରମାକାନ୍ତ ମିଶ୍ର ସବୁଦିନ ପରି ସକାଳ ୯ଘଟିକା ସମୟରେ ଠାକୁର ଘରେ ଠାକୁର ପୂଜା କରୁଥିବାବେଳେ ତାଙ୍କ ସାନ ଭାଇ ପ୍ରଦୀପ(ଲିଟନ) ମିଶ୍ର ଅଳିଆ ଆବର୍ଜ୍ଜନା ଆଣି ତାଙ୍କ ଘର ଆଗରେ ପକାଇଥିଲା. ଏହାକୁ ମୋ ସାନ ଭାଇ ବିରୋଧ କରିବାରୁ ତାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା. ଦୁହିଁଙ୍କ କଥା କଟାକଟି ହେବାରୁ ତପନ ମିଶ୍ର ସେମାନଙ୍କ ମଧ୍ୟରେ ଝଗଡ଼ାକୁ ଭଙ୍ଗାଇଥିଲେ . ପୂର୍ବ ରୁ ରାଗ ରଖି ପ୍ରଦୀପ(ଲିଟନ) ମିଶ୍ର ଅଧିକ ଉତ୍ୟକ୍ତ ହୋଇ ଧାରୁଆ ଛୁରୀ ଆଣି ପ୍ରଭାତ ମିଶ୍ର(ତପନ)କୁ ମୁଣ୍ଡ, ପେଟ, ପିଠି ଆଦି ସ୍ଥାନ କୁ ଅତର୍କିତ ଆକ୍ରମଣ କରିଥିଲା. ଆଘାତ ଲାଗ ଚ଼ିତ୍କାର କରୁଥିବା ବେଳେ ତାଙ୍କ ସ୍ତ୍ରୀ ରୁନୁ ରାଣୀ ମିଶ୍ର ଓ ସାହି ପଡ଼ୋଶୀ ଆସି ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ମଙ୍ଗଳପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ. ପ୍ରଦୀପ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟୁ କୁ ପଠାଇଦେଇଥିଲେ.ଥାନାରେ ଲିଖିତ ଅଭିଯୋଗ କୁ ନେଇ ମଙ୍ଗଳପୁର ଥାନା ଅଧିକାରୀ ଅଧିକ ତଦନ୍ତ ଜାରୀ ରଖିଛନ୍ତି ।
