ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହରାଞ୍ଚଳ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ଆମ ଓଡ଼ିଶା ସମ୍ବାଦ ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର କୁ ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ରକ୍ତଦାନ ଏକ ମହତ୍ କାର୍ଯ୍ୟ ହୋଇଥିବା ବେଳେ ସଚେତନ ଦ୍ବାରା ରକ୍ତଦାନ କରିବାକୁ ଆହ୍ବାନ କରିଥିଲେ। ସମ୍ବାଦ ପ୍ରତିନିଧି ସନ୍ତୋଷ ଦଣ୍ଡସେନା ପ୍ରଥମ ରକ୍ତଦାନ କରି ଏକ ସୁସ୍ଥ ସମାଜ ର ପରିଚୟ ଦେଇଛନ୍ତି। ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତପନ ଦାଶ, ଯୋଗେଶ୍ୱର ସଗରୀଆ ଏବଂ କୁନୁ କରୁଆଁ, ବିଜୟ ସହିଶ୍, ମୋତିଲାଲ ବାଗ ଓମ୍ ପ୍ରକାଶ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ କର୍ମଚାରୀ ମାନେ ଯୋଗ ଦେଇ ୨୧ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି।
