ବଡ଼ଚଣା (ଅମିତ୍ କୁମାର ମହାନ୍ତି ) : ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତ ରେ ନୂତନ ଭତ୍ତା ବଣ୍ଟନ ଗୃହ ଶୁଭ ଉଦଘାଟନ ହୋଇଯାଇଛି, ଚଣ୍ଡିତଳ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସାଗରିକା ବିହାରୀ ଓ ପଞ୍ଚାୟତ ର ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପୁଷ୍ପ ଲତା ସାହୂ. ଶୁଭ ଉଦଘାଟନ କରିଥିଲେ,ବୁଦ୍ଧ, ଵୃଦ୍ଧା ଓ ଅସହାୟ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ନୂତନ ଭତ୍ତା ବଣ୍ଟନ ଗୃହ ଉଦଘାଟନ ହୋଇଯାଇଛି, ଅନେକ ସମୟ ରେ ଦେଖିବାକୁ ମିଳେ ଖରା ଓ ବର୍ଷା ଦିନରେ ଭତ୍ତା ପାଇଁ ଆସିଥିବା ହିତାଧିକାରୀ ମାନେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡି ଥାଏ, ନୂତନ ଭାବରେ ଭତ୍ତା ଗୃହ ହେଵା ଦ୍ୱାରା ବୃଦ୍ଧ ଓ ଵୃଦ୍ଧା କଂ ମୁହଁ ରେ ହସ ଫୁଟି ପାରିଛି ।
