ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲିର ସାମୁହିକ ନୂଆଁଖାଇ ଭେଟଘାଟ ପରିବାର ତରଫରୁ ନୂଆଁଖାଇ ପର୍ଯ୍ଯନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜିତ ହେଉଥିବା ବେଳେ ମହିଳାଙ୍କ ପାଇଁ ମଧ୍ଯ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲାପରିଷଦ ସଭ୍ଯା ଆଶା ଜୈନ, ଶିକ୍ଷାବିତ ତୁଳସୀରାମ ମେହେର, ପୂର୍ବ ଜିଲ୍ଲା ପରିଷଦ ପ୍ରିୟରଂଜନ ମେହେର, ତ୍ରିନାଥ ମେହେର, ସୁଶାନ୍ତ କୁମାର, ସୁରଜ ମେହେର, ପ୍ରଭାତ ମେହେର ମଂଚାସିନ ଥିଲେ। ବେଣୁଧର ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ରଶ୍ମିରଂଜନ ସା ପ୍ରତିଯୋଗିତାର ନିୟମାବଳୀ ଉପସ୍ଥାପନ କରିଥିଲେ। ଅବସରରେ ଅନୁଷ୍ଠିତ ବେଲୁନ କପ ପ୍ରତିଯୋଗିତାରେ ନମିତା ମେହେର, ଉର୍ବଶୀ ମେହେର, ସ୍ନିଗ୍ଧା ମେହେର, ସୁସଜ୍ଜିତ ସାଲାଡ ପ୍ଲେଟରରେ କୁମୁଦିନି ମେହେର, ସ୍ନିଗ୍ଧା ମେହେର, ନନ୍ଦିନୀ ମେହେର, ଅନ୍ତାକ୍ଷରୀରେ “ଧା” ଦଳରୁ ପୁଷ୍ପାଞ୍ଜଳି ମେହେର, ତୄପ୍ତିମୟୀ ମେହେର, ନମିତା ବିଜୟୀ ହୋଇଛନ୍ତି।
