ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ବ୍ରିଜ ନିକଟ ବାରୁଣୀ ପଡିଆ ରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ଯା ନା ହତ୍ଯାକାଣ୍ତ କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି, ଆଜି ମଧ୍ଯାହ୍ନ ସମୟରେ ଏହି ପଡିଆରେରେ ପଡିଥିବାର ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ, ଖବର ପାଇଁ ବସ୍ତା ପୋଲିସ ଏବଂ ଅମର୍ଦ୍ଦା ଫାଣ୍ତି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଜଣା ଶବକୁ ସ୍ଥାନୀୟ ଲୋକ ଉଠାଇବାକୁ ଆସି ନ ଥିଲେ, ଫାଣ୍ତି ଅଧିକାରୀ ବିଜୟ କୁମାର ବାରିକ ନିଜେ ଶବ କୁ ଉଠାଇ ବ୍ଯବଚ୍ଛେଦ ପାଇଁ ହସପିଟାଲକୁ ପଠାଇ ଥିଲେ, ଫାଣ୍ତି ଅଧିକାରୀଙ୍କ ଏଭଳି ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
