ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ୧୬ ତମ ରାଜା ଅନୁପସିଂ ଦେଓ ମୋମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ। ମୁଖ୍ୟ ଅତିଥି ରୁପେ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ତଥା ସମ୍ମାନିତ ଅତିଥି ରୂପେମତ୍ସ୍ୟ ଅଫିସର ଖରୀଆର ଭବାନୀ ପଣ୍ଡା ଏବଂ ବ୍ଲକ କୃଷି ଅଧିକାରୀ ସିନାପାଲି ଦୀପ୍ତିମୟୀ ବାରିକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଜମଖୁନ୍ତା ଏବଂ ମଣ୍ଡଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜମଖୁନ୍ତା ଦଳ ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛନ୍ତି। ତାପସ ପତି,ସୌରଭ ପଣ୍ଡା, କ୍ଷିରୋଦ ଭୋଇ ଏବଂ ନିଲୁ ଭୋଇ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର ଏବଂ ପୁନ୍ୟତୋଷ ମୁଣ୍ଡ ଖେଳ ଧାରାବିବରଣି ପ୍ରଦାନ କରିଥିଲେ । ସେହିଭଳି ଅନୁପସିଂ ଦେଓ ମେମୋରିଅଲ ଟ୍ରଷ୍ଟ ସଭାପତି ଅଙ୍କିତ ସିଂଦେଓ, ସମ୍ପାଦକ ଟୁନା ନାଏକ, ପ୍ରଭୁ ଦତ୍ତ ଗଉଡ , ଝିନ୍ତୁ ମହାପାତ୍ର, ମହମ୍ମଦ ଆକିବ ରାଜା, ଦେବ ପ୍ରଧାନ, ତପନ ପାତ୍ର,ବିବେକାନନ୍ଦ ପୋଡ, ଆରିଫ ମହମ୍ମଦ, ପ୍ରଶାନ୍ତ ପ୍ଟନାୟକ, ସୁଶାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥଲେ।
