
ରେଢ଼ାଖୋଲ (ଭିକାରୀ ଚରଣ ପ୍ରଧାନ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୋମବାର ଦିନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୟୁଏଏସ ପ୍ରଚଳନର ସମସ୍ୟା ସହିତ ଅନ୍ୟ ଅସୁବିଧା ବିଷୟରେ ସମାଧାନ ସମ୍ପର୍କରେ ରେଢ଼ାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଙ୍କ ଜରିଆରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ଯଥା ଠିକା ଅବଧିକୁ ମୂଳ ଚାକିରୀରେ ଗଣନା ସହିତ ଇନକ୍ରେମେଣ୍ଟ ପ୍ରଦାନ, ମୂଳ ବେତନକୁ ଲେଭେଲ ୯ ରେ ଉନ୍ନତି, ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଶିକ୍ଷକ ପୋଷାକ ବ୍ୟବସ୍ଥା, ଶିଶୁବାଟିକା ରେ ଶିକ୍ଷକ ନିଯୁକ୍ତି, ଶିକ୍ଷକ ମାନଙ୍କ ପଦୋନ୍ନତି, ବିଦ୍ୟାଳୟ ମାନଙ୍କରେ ୟୁଏଏସ ସମ୍ପର୍କିତ ଭିତ୍ତିଭୂମି, ଆବଶ୍ୟକୀୟ କର୍ମଚାରୀ, ଏହି କାର୍ଯ୍ୟ ସମ୍ପାଦନ ପାଇଁ ମୋବାଇଲ ଓ ଡାଟା ଦେୟର କୌଣସି ବ୍ୟବସ୍ଥା ନାହିଁ। ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଅଭାବ, ସହକାରୀ ଶିକ୍ଷକଙ୍କ ଅଭାବ ସତ୍ତ୍ଵେ ଶିକ୍ଷକ ମାନଙ୍କୁ ଅନେକ ଗୁଡ଼ିଏ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏଥି ସହିତ ଅନ୍ୟ ସମସ୍ୟା ଗୁଡ଼ିକୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଜ୍ୟୋସ୍ନାମୟୀ ରାଉଳ, ଯୁଧିଷ୍ଟିର ବେହେରା, ଖଗେଶ୍ବର ପ୍ରଧାନ, ସୁଜିତ୍ ଭୋଇ, ଅନିଲ ମେହେର, ଅନିତା ପ୍ରଧାନ, ପଦ୍ମିନୀ ସାହୁ, ଦିନେଶ ବେହେରା, ସୁଶିଲ ମିର୍ଦ୍ଧା ପ୍ରମୁଖ ସମେତ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ରହିଥିଲେ।