
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋରରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ସ୍ମାର୍ଟ ଉଦ୍ୟାନ। ସୋର ପୌରପାଳିକା ୧୭ ନଂ ୱାର୍ଡ ଅନ୍ତର୍ଗତ ମଧୁସୂଦନପୁର ରେଡ଼ିଓ ସେଣ୍ଟର ପଡ଼ିଆ ନିକଟ ଠାରେ ସ୍ମାର୍ଟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଉନ୍ମୋଚିତ ହୋଇଯାଇଛି। ପୌର ପାଳିକା ର ଭାରପ୍ରାପ୍ତ ଅଧ୍ୟକ୍ଷା ସସ୍ମିତା ଦାସ,ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କ କରକମଳରେ ସର୍ବସାଧାରଣଙ୍କ ପାଇଁ ଏହି ପାର୍କ ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୦୯ ନଂ ପାରିଷଦ ରଞ୍ଜନ ଦାସ,ସ୍ଥାନୀୟ ପାରିଷଦ ବର୍ଷାରାଣୀ ଦାସ, ୧୪ ନଂ ୱାର୍ଡ ପାରିଷଦ ତନୟା ରାଣୀ ମହାପାତ୍ର, ୦୨ ନଂ ୱାର୍ଡ ପାରିଷଦ ରୀନା ରାଣୀ ସେଠୀ, ୧୬ ନଂ ୱାର୍ଡ ପାରିଷଦ ସରୋଜିନୀ ନାୟକ,୦୭ ନଂ ୱାର୍ଡ ପାରିଷଦ ଦୁର୍ଗା ସିଂ ପ୍ରମୁଖ ଯୋଗ ଦେଇଥିଲେ। ୧ କୋଟି ଟଙ୍କା ଅନୁଦାନ ରାଶିରେ ଉକ୍ତ ପାର୍କ ତିଆରି ହେବାର ଯୋଜନା ଅଛି ଓ ଆଗାମୀ ଦିନରେ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ କରାଯିବ ବୋଲି ପୌରାଧ୍ୟକ୍ଷା ପ୍ରକାଶ କରିଥିଲେ।