
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ଅଞ୍ଚଳର ରାଜେଶ୍ୱର ଦର୍ଜି ଏହି ପିଢ଼ିର ସେଇ ଯୁବକ ଯିଏ ସମାଜସେବାକୁ ପ୍ରଚାର ଓ ପ୍ରସାର ସାଧନ ଭାବେ ନୁହେଁ, ମାନବିକତାର ଏକ ଦାୟିତ୍ୱ ଭାବେ ମାନନ୍ତି। ସେ ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ, ର ମାଧ୍ୟମରେ ଆବଶ୍ୟକତାମୂଳକ ଲୋକମାନଙ୍କ ପାଇଁ ସେବାକୁ ନିଜ କର୍ତ୍ତବ୍ୟ କରିଛନ୍ତି। ରାଜେଶ୍ୱର ଦର୍ଜି ଟ୍ୱିଟର୍ ମାଧ୍ୟମରେ ଜନସାଧାରଣଙ୍କ ଦୁଃଖ ଦୁର୍ଦଶା ଉପରେ ଅବାଜ ଉଠାଇ ଅଧିକାରୀମାନଙ୍କ ନଜରକୁ ଆଣି ସମସ୍ୟାର ସମାଧାନ କରାଇଛନ୍ତି। ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳ ରେ ହଉଥିବା ସମସ୍ତ ପ୍ରକାର ଅସୁବିଧା ଦୁର୍ନୀତି ଗୁଡ଼ିକୁ ଟ୍ୱିଟର୍ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିଛନ୍ତି
ତେବେ ତାଙ୍କର ଲଢେଇ କେବଳ ସୋସିଆଲ୍ ମିଡିଆ ଯାଏ ସୀମିତ ରହିନାହିଁ। ରାଜେଶ୍ୱର ଦର୍ଜି ଓ ତାଙ୍କ ସଂଗଠନ ମିଶି ଗରିବ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରିବା, ଗରିବ ପରିବାର ମାନଙ୍କ ପାଇଁ ରାସନ୍ ବଣ୍ଟନ୍, ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ପଠେଇବା ଓ ପଢ଼ା ସାମଗ୍ରୀ ବଣ୍ଟନ୍ କରି ଆସୁଛନ୍ତି। ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ପଶୁପକ୍ଷୀ ମାନଙ୍କ ସହଯୋଗ ମଧ୍ୟ ତାଙ୍କ ଟିମ୍ ର ମୁଖ୍ୟ ଉଦ୍ୟମ।ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ର ଏହି ଟିମ୍ ରେ ରାଜେଶ୍ୱର ଦର୍ଜି, ବିନ୍ଦିଆ ଅଗ୍ରୱାଲ, କୈଳାସ ନାଗ, ଦାମୋଦର ବେମାଲ, ସଞ୍ ଜୟ ଦର୍ଯି, ସ୍ୱର୍ଣଲତା କରୁଆଁ ଯଶୋବନ୍ତି ମାଝି, ରୋହିତ ଗହିର, କୁଲଦୀପ ମେହେର, ମିଜୁସ ମେହେର, ଭଳି ସମର୍ପିତ ସଦସ୍ୟମାନେ, ଯେଉଁମାନେ ସବୁବେଳେ ସେବା ପାଇଁ ପ୍ରସୂତ ଥାନ୍ତି। ଆଜି ଯେତେବେଳେ ସମାଜସେବା ମଧ୍ୟ ଦେଖାମି ପାଇଁ ହେଉଛି, ତେବେ ରାଜେଶ୍ୱର ଦର୍ଜି ଓ ଏହି ସଂଗଠନ ପ୍ରମାଣ କରୁଛନ୍ତି ଯେ ସତ୍ୟ ସେବା କାମ ରେ ଦେଖାଯାଏ, ପ୍ରଚାର ପ୍ରସାର ରେ ନୁହେଁ ।