
ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡିଆଳ ତହସିଲ କାର୍ଯ୍ୟାଳୟ ରେ ଜନ ସେବା ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଉଛି। ଜମିଜୁମା କାର୍ଯ୍ୟ ନେଇ ଆସୁଥିବା ନାଗରିକ ମାନେ ବାରମ୍ବାର ପ୍ରତ୍ୟାବର୍ତ୍ତନ କରି ଅଧିକାରୀ ନଥିବା ଦର୍ଶାଇ କର୍ମଚାରୀ ମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଅଛି। ଭୂଲେଖ ରେ ଡାଟା ଅନଲାଇନ କରିବା ନେଇ ହଇରାଣ ହେଉଛନ୍ତି। ଭୂଳେଖ କୁ ବାରମ୍ବାର ପରିବର୍ତ୍ତନ କରିବା ଦ୍ୱାରା ବିଭିଗୀୟ କାର୍ଯ୍ୟରେ ସନ୍ଧେହ। ଜମି ମାଲିକ ବିନା ଜ୍ଞାତ ଭୂଲେଖ ସଂଶୋଧନ ନ୍ୟାୟ ସଙ୍ଗତ ନୁହଁ। ନିଜ ଜମି ଭୁଲେଖରେ ଅନ୍ୟ ନାମ ପରିବର୍ତ୍ତନ ଅଭିଯୋଗ। ଭୁଳେଖ ରେ ଡାଟା ଦାଖଲ ପାଇଁ ଆବେଦନ ସତ୍ତ୍ୱେ ତିନି ଗୋଟି ତହସିଲଦାର ବଦଲି ପରେ ମଧ୍ୟ କାର୍ଯ୍ୟ ହୋଇ ନଥିବା ବେଳେ ବିଷୟ ପଚାରିଲେ ଖାମଖିଆ ବ୍ୟବହାର ଅଭିଯୋଗ ହେଉଅଛି। ଖଡିଆଳ ତହସିଲଦାର ଏବଂ ବିଡ଼ିଓ ଜଣେ ବ୍ୟକ୍ତି ଦାୟିତ୍ବ ରେ ଥିବା ନେଇ କୌଣସି ଗୋଟିଏ ବିଭାଗ କାର୍ଯ୍ୟ ମଧ୍ୟ ଠିକ୍ ସେ ହୋଇପାରୁନାହିଁ। ସରକାର ଙ୍କ ନିର୍ଦ୍ଧେଶ ଏବଂ ଆଦେଶ ଜାରି ହୋଇଥିଲା। ଆଦେଶ ସତ୍ତ୍ୱେ ବିଡ଼ିଓ ଯୋଗଦାନ ନ କରିବା ଆଇନ ଅବମାନନା ନୁହେଁ କି? ବିଡ଼ିଓ ନିଯୁକ୍ତି ନେଇ ଦାବୀ ସତ୍ତ୍ୱେ ସରକାରଙ୍କ ପଦକ୍ଷେପ ଶୂନ। ସୁଧାର ଆଣନ୍ତୁ, ନଚେତ୍ ଆଗକୁ ସମସ୍ୟା ଅନେକ।