
ନୂଆପଡା( ମିଖାଏଲ ନନ୍ଦ): ନୂଆପଡ଼ା ଜିଲ୍ଲା ଅର୍ନ୍ତଗତ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷ ରୁ ଆଜି ଖଡିଆଳ ଥାନା ଘେରାଉ, ଦାବୀପତ୍ର ପ୍ରଦାନ, ମହିଳା କୁ ସୁରକ୍ଷା ଏବଂ ମହିଳା ପ୍ରତି ହେଉଥିବା ହିଂସା ରୋକିବାରେ ସରକାର ବିଫଳ ହୋଇଥିବା ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ପୋଲିସ ମହା ନିର୍ଦ୍ଧେଶକ ଙ୍କ ଉଦ୍ଧେଶ୍ୟରେ ଖଡିଆଳ ଥାନା ଅଧିକାରୀଙ୍କୁ ୯ ସଫା ଦାବୀପତ୍ର ପ୍ରଦାନ କରିଛନ୍ତି। ଖଡିଆଳ ବ୍ଲକ୍ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଖଡିଆଳ ନଗର ପରିକ୍ରମା କରିଥିବାବେଳେ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଉପ ସଭାପତି ମନୋଜ ଦୀପ, ୟାସିନ ମହମ୍ମଦ,ହୀରା ମେହେର, ଅଭିଷେକ ଜଗତ, ଟିଟୁ ପାଣ୍ଡେ, କଲେଜ୍ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।