
ହିଞ୍ଜିଳିକାଟୁ (ସୁରଜିତ ରାଉଳ ) : ବୁଗୁଡାର ଯୁବ ବ୍ୟବସାୟି ଅଶୋକ କୁମାର ସାହୁ ଗତ କିଛିବର୍ଷ ତଳେ ଆସ୍କା ରେ ବିବାହ କରି।ବୁଗୁଡା ସହରରେ ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରି ହସଖୁସିର ସଂସାର ଚାଲୁଥିଲା।କିନ୍ତୁ କୌଣସି କାରଣରୁ ଛୁଆପିଲା ହେବାର ବିଳମ୍ବ ହେଲା।ଏହା ପରେ ସେ ବିଭିନ୍ନ ସ୍ତ୍ରୀରୋଗ ବିଶେଷଜ୍ଞଙ୍କୁ ବ୍ରହ୍ମପୁର ଠାରୁ ଆରମ୍ଭ କରି ଶେଷରେ ସ୍ତ୍ରୀ ଙ୍କ ତୃଟି ଥିବା କାରଣରୁ ଭୁବନେଶ୍ଵରରେ ଏକ ଘରୋଇ ଚିକିତ୍ସାଳୟରେ ଗୁଡାଏ ଟଙ୍କା ଖର୍ଚ୍ଚ କରି ସେଠାରେ ରହି ଚିକିତ୍ସା ଆରମ୍ବ କରିଥିଲେ।ଭୁବନେଶ୍ଵରରେ ସ୍ତ୍ରୀ ଏବଂ ତାଙ୍କର ସମ୍ପର୍କିୟ ରହି ଚିକିତ୍ସା କରିବା ସମୟରେ କୌଣସି କାରଣ ନେଇ ସେ ବର୍ତ୍ତମାନ ତାଙ୍କର ପରିବାର ରହୁଥିବା ହିଞ୍ଜିଳିକାଟୁ ପଳେଇ ଆସିଥିଲେ।ଏହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ପରିବାର ମଧ୍ଯରେ ମନମାଳିନ୍ଯ ଘଟିଥିଲା।କୁଳ ସମାଜର ନିଷ୍ପତି ମୁତାବକ ସ୍ତ୍ରୀ ତାଙ୍କର ଶାଶୁଘରେ ସ୍ବାମୀଙ୍କ ସହ ରହିବାର ଆଦେଶ ଦେଇଥିଲେ।କିଛିଦିନ ପରେ ସ୍ତ୍ରୀ ନିଜ ବାପଘରକୁ ଆସି ବାପଘର କରୁଥିବା ବ୍ୟବସାୟିକ କାର୍ଯ୍ଯ ତଦାରଖ କରିବା ଆରମ୍ଭ କଲେ।ଫଳରେ ପାରିବାରିକ କଳହ ଆରମ୍ଭ ହୋଇଗଲା।କୁଳସଭା ଓ ଭଦ୍ର ସମାଜ ରେ ଚେଷ୍ଟା ବିଫଳ ହୋଇ ଥାନାର ଦ୍ବାରସ୍ଥ ହୋଇଥିବାର କୌଣସି ସୁଫଳ ମିଳିଲା ନାହିଁ।ଶେଷରେ ବାଧ୍ଯ ହୋଇ ଆନ୍ତର୍ଜାତିକ ମାନବାଧିକାର ପରିଷଦର ଦ୍ବାରସ୍ଥ ହୋଇଥିଲେ।ଏବଂ ଅଭିଯୋଗ ପାଇ ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ଆଇନଜୀବୀ ସାଇ ପ୍ରସାଦ ପରିଡା,ଉପସଭାପତି ଅଭିଲିପ୍ସା ଲାୟକଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ପ୍ରକାଶ ଚନ୍ଦ୍ର ପାତ୍ର, ସତ୍ଯନାରାୟଣ ପାତ୍ର,କିରଣ କୁମାର ସାହୁ,ରିନା ପାଣିଗ୍ରାହୀ,ପ୍ରିୟଙ୍କା ପାତ୍ରଙ୍କ ସମେତ ପରିଷଦର ବହୁ ସଦସ୍ଯ ସଦସ୍ଯା ହିଞିଳିକାଟୁ ଥାନରେ ଆଇ ଆଇ ସି ଶ୍ରୀନିବାସ ସେଠୀଙ୍କୁ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଦୃଢ ପ୍ରତିଶୃତି ପ୍ରଦାନ କରିଛନ୍ତି।ଏଠାରେ ପ୍ରକାଶ ଥାଉକି ମାନସିକ ସ୍ତରରେ ସନ୍ତୁଳିତ ହେଉଥିବା ପରୁଷ ପିଡିତ ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ।ମାନସିକ ଆଘାତ ପ୍ରାପ୍ତ ପଡିତ ଯଦି ଭବିଷ୍ୟତରେ କୌଣସିପ୍ରକାର ଅଘଟଣ ଘଟାଏ ତେବେ ଏହି ପ୍ରତି କିଏ ଦାୟୀ ରହିବ।