
ଢେଙ୍କାନାଳ (ଗୋକୁଳାନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା ରେ ଆଜି ଶ୍ର।ବଣ ମାସର ଶେଷ ସୋମବାର ଥିବାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ମଧ୍ୟବିଭିନ୍ନ ଶୈବ ପୀଠରେ କାଉଡ଼ିଆ ମାନେ ଶିବଙ୍କ ଉପରେ ଜଳ ଲାଗି କରିଥିଲେ ଓ ବେଶ ଗହଳି ମଧ୍ୟ ଲାଗିରଥିଲା ବିଭିନ୍ନ ଶୈବପୀଠ ମାନଙ୍କ ରେ । ଅଳାଁକଟା ଗ୍ରାମରେ ପୁରାତନ ମନ୍ଦିର ନାଗେଶ୍ଵର ଶିବ ମନ୍ଦିରରେ ରେ ଆଜି ଭୋରୁ ଭୋରୁ ଭକ୍ତଙ୍କ ଗହଳି ଲାଗିରହିଥିଲା । ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଥିଲେ ।ଭକ୍ତ ମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ଧାଡ଼ିର ଵ୍ୟଵସ୍ଥା କରାଯାଇ ଥିଲା। ଆଜି ପ୍ରାୟ ଏହି ମନ୍ଦିର ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ସେହିପରି, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବିଭିନ୍ନ ଶବ୍ୟପିଠରେ ନାଗେଶ୍ଵର ମନ୍ଦିର,କୁଆଳୁ, ଅଷ୍ଟଶମ୍ଭୁ ମନ୍ଦିର,ପଞ୍ଚିମେଶ୍ଵର ମନ୍ଦିର , ଢେଙ୍କାନାଳ ଜିଲ୍ଲାରେ କପିଳାସ ମନ୍ଦିର ରେ ଆଜି ହଜାର ହଜାର କାଉଡ଼ିଆ ଶିବଙ୍କ ଠାରେ ଜଳ ଲାଗି କରିଥିଲେ ।ଶେଷ ସୋମବାର ଥିବାରୁ ବିଭିନ୍ନ ଶିବମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।