
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୱାର୍ଡ ନମ୍ୱର୍ ୦୭ ହୀରା ନଗର କୁ ସଡ଼କ ନିର୍ମାଣ ପାଇଁ ଦୀର୍ଘ ଦିନ ରୁ ଦାବୀ ହୋଇ ଆସୁଥିବା ବେଳେ ସହର ବସ୍ତି ବାସିନ୍ଦା ଙ୍କ ଉଦ୍ୟମ ରେ ଯାତାୟତ ସ୍ଵାଭାବିକ କରିବାକୁ ଶ୍ରମଦାନ କରିଛନ୍ତି। ହିରାନଗର କୁ ଯାତାୟତ ପାଇଁ ହୀରାମୁଣ୍ଡା ପୋଖରୀ ଉପରେ ଦେଇ ଯିବାକୁ ପଡିଥାଏ। କିନ୍ତୁ ହୀରା ମୁଣ୍ଡା ପଙ୍କ ଉଦ୍ଧାର ଏବଂ ନବୀକରଣ କାର୍ଯ୍ୟ କରିଥିଲେ। ହୁଡା ଉପରେ ଥିବା ସଡ଼କ ବ୍ୟାପକ ଖରାପ ହୋଇଥିଲା। ସାମାନ୍ୟ ବର୍ଷା ରେ ଯାତାୟତ ବାଧା ପ୍ରାପ୍ତ ହେଉଥିଲା। ବିଶେଷ କରି ଖଡିଆଳ ଡିଗ୍ରୀ ମହିଳା କଲେଜ୍ ମଧ୍ୟ ନିର୍ଭରଶୀଲ ଅଟନ୍ତି। ବର୍ଷା ୪ ମାସ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଯନ୍ତ୍ରୀ ସହ କଲେଜ୍ ପକ୍ଷ ରୁ ପଥର ଗୁଣ୍ଡ ପକାଇବା ବେଳେ ହୀରା ନଗର ବାସୀ ନିଜ ହାତରେ ନିଜେ ସଡ଼କ ତିଆରି କରି ଶ୍ରମଦାନ କରିଛନ୍ତି। ଆଜି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରେ ଶୁଭେଚ୍ଛା ଦେଇଛନ୍ତି।