
ଭଦ୍ରକ ଏହି ଜିଲ୍ଳା ଧାମନଗର ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୋରୁଆ ଠାରେ ବୀଣାପାଣି କଲଚରାଲ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି..ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା,ସାହିତ୍ୟ ସଂସ୍କୃତି ଏବଂ ଯୁବ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇଥିବା ବେଳେ,ତାଙ୍କ ସହିତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାକୁଡ଼ ( ବୁଲୁ ଭାଈ ),ବିଜେପି ଜିଲ୍ଳା ସଭାପତି ମନୋରଞ୍ଜନ ମଲ୍ଲିକ,ଜିଲ୍ଳା ଉପ ସଭାପତି ଚତୁର୍ଭୁଜ ନାୟକ, ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ,ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ପୁହାଣ ଏବଂ ସମାଜସେବୀ ଶିଳ୍ପପତି ଶ୍ରୀଯୁକ୍ତ ସୂରଜ କୁମାର ସାହୁ ମହୋଦୟ ଯୋଗ ଦେଇଥିଲେ। ମନ୍ତ୍ରୀ ତାଙ୍କ ଅଭିଭାଷଣରେ ରଖିଥିଲେ ଯେ,ସେ ଏହି ଅନୁଷ୍ଠାନ ପ୍ରତି ବହୁ ବର୍ଷ ଧରି ଜଡ଼ିତ ଆଉ ସହାନୁଭୂତି ରହିଛି ଏବଂ ଅନୁଷ୍ଠାନ ପ୍ରତି ଅନୁଦାନ ମଧ୍ୟ ରହିଛି। ଆଉ ଅନୁଷ୍ଠାନଟି ଆଗକୁ କିପରି ବଢ଼ିବ ଆଗାମୀ ଦିନରେ ଭଲ ଭଲ କାର୍ଯ୍ୟକ୍ରମ ହେବ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ବୀଣାପାଣି କଲଚରାଲ ଆସୋସିଏସନ ଏ ଅଞ୍ଚଳର ସର୍ବ ପୂରାତନ ଅନୁଷ୍ଠାନ,ଏହି ଅନୁଷ୍ଠାନ ବିଗତ ଦିନରେ ବହୁ ସୁନ୍ଦର କାର୍ଯ୍ୟକ୍ରମ କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ କରିବ ବୋଲି ମନ୍ତ୍ରୀ କହିଥିଲେ। ଏହି ବସନ୍ତ ମହୋତ୍ସବକୁ ଅନୁଷ୍ଠାନର କର୍ମକର୍ତ୍ତା ବିଶେଷ କରି ପ୍ରଶାନ୍ତ କୁମାର ନାୟକ ( ମୁନା ଭାଈ ),ପ୍ରଦୀପ କୁମାର ନାୟକ,ରୋହନ କୁମାର ନାୟକ,ଅରୁନ ନାଥ,ଶିକ୍ଷାବିତ ସୁଦାମ ପାଗଳ,ଶିକ୍ଷାବିତ ନିର୍ମଳ ଚନ୍ଦ୍ର ସେଠୀ,ଶିକ୍ଷାବିତ ସୁଧାଂଶୁ ଶେଖର ଯେନା,ସାମ୍ବାଦିକ ଆଲୋକ କୁମାର ନାୟକ,ସଦାଶିବ ବେହୁରିଆ ଏବଂ ମନୋଜ ନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ। ଶେଷରେ କୁନି କୁନି ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।ଭଦ୍ରକରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ ଭଞ୍ଜ ଦୂତ।